ନୂଆଦିଲ୍ଲୀ: ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ। ଗୋଆର ପାଣାଜୀରେ ଜଣେ ବ୍ରିଟିଶ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାଲାରେ ପୁଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଗିରଫ କରି ଜେଲ ପଠାଇଛି। ସୋମବାର ଗୋଆର ଆରମ୍ବୋଲ ବିଚ ନିକଟସ୍ଥ ପ୍ରସିଦ୍ଧ ‘ସ୍ୱିଟ୍ ଲେକ୍’ ନିକଟରେ ବଡି ମସାଜ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ପୁଲିସକୁ ସୂଚନା ମିଳିଥିଲା।
ଏହି ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଯୁବକ ଜଣକ ହେଲେ ଜୋଏଲ ୱିନ୍ସେଣ୍ଟ ଡିସୁଜା। ସେ ବ୍ରିଟିଶ ମହିଳାଙ୍କୁ ଜୁନ୍ ୨ ତାରିଖରେ ଦୁଷ୍କର୍ମ କରିଥିଲେ। ନର୍ଥ ଗୋଆର ଅରମ୍ବୋଲ ବିଚ୍ ନିକଟ ସ୍ୱିଟ୍ ଲେକରେ ବ୍ରିଟିଶ ମହିଳାଙ୍କୁ ବଡି ମସାଜ ଦେବା ବାହାନାରେ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ନିଜ ସ୍ୱାମୀଙ୍କ ସହ ମିଶି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।ଏହାପୂର୍ବରୁ ମଧ୍ୟ ଗତ ମେ’ ମାସରେ ଗୋଆ ପୁଲିସ ଅରମ୍ବୋଲରେ ଥିବା ଏକ ରିସର୍ଟରେ ଜଣେ ୧୨ ବର୍ଷୀୟ ରୁଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ, କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ସେହି ରିସର୍ଟରେ ରୁମ୍ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲା। ଅଭିଯୋଗ ମୁତାବକ ଅଭିଯୁକ୍ତ ଜଣକ ଉକ୍ତ ନାବାଳିକା ସହ ପ୍ରଥମେ ସୁଇମିଂ ପୁଲ ପରେ ରୁମ୍ ଭିତରେ ଦୁଷ୍କର୍ମ କରିଥିଲା।