27.1 C
Bhubaneswar
Sunday, June 26, 2022
Homeଓଡିଶାଭୁବନେଶ୍ୱରଦ୍ରୌପଦୀଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି

ଦ୍ରୌପଦୀଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ନେଇ ଦୁହଁଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିପାଇଁ ଓଡ଼ିଶାର ଦୁଇ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଛି। ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି। ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ଏହି ଦୁଇମନ୍ତ୍ରୀ ଉପସ୍ଥିତ ରହିବେ।ଓଡ଼ିଶାରୁ ପ୍ରଥମଥର ପାଇଁ କୋଣସି ପ୍ରାର୍ଥୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଥିଲେ। ଆଜି ଜେପି ନଡ୍ଡାଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଆସନ୍ତା କାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ବିଜେଡ଼ିରେ ଦୁଇ କ୍ୟାବିନେଟ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking