27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶନିଶା ପାଇଁ ଗଡୁଛି ମୁଣ୍ଡ

ନିଶା ପାଇଁ ଗଡୁଛି ମୁଣ୍ଡ

ଭୁବନେଶ୍ୱର:ରାଜଧାନୀରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ନିଶାଖେ।ର ସ୍ୱାମୀ ରାକ୍ଷାସ ହୋଇ ନିଜର ହିତାହିତ ଞାନ ଭୁଲି ନିଜର ସ୍ତ୍ରୀକୁ ଗଳାକାଟି ବିଭତ୍ସ  ଭାବରେ ହତ୍ୟା କରିଥିଲା । ନିଜ ୬ ବର୍ଷର ଝିଅ ବେକକୁ କାଟିବାକୁ ମଧ୍ୟ ପଛେନଥିଲା ସଇତାନ ବାପା । ଝିଅକୁ ଆକ୍ରମଣ କରି ରୁମରେ ବନ୍ଦ କରି ପଳାଇଥିଲା ହତ୍ୟାକାରୀ । ଝିଅଟି ଅଳ୍ପକେ ବର୍ତିଯାଇଥିବା ବେଳେ ଗୁତୁତର ଭାବେ ଚିକିତ୍ସାଧୀନ ଅଛନ୍ତି । ଏବଂ ତାର ଟ୍ରିଟମେଣ୍ଟ  ଜାରି ରହିଛି ଏକ ଘରୋଇ ହସ୍ପିଟାଲରେ । ଆଉଜଣେ ୪ ଦିନର ନବଜାତ ଶିଶୁ ଅଳ୍ପକେ ବର୍ତିଯାଇଛି ତାର କିଛି ହୋଇନି ।

ସୂଚନା ଅନୁସାରେ ଏ ଘଟଣା ପଛର ଯିଏ ମୁଖ୍ୟ ବା ହତ୍ୟାକରୀ ସଇତାନ ସ୍ୱାମୀ ସଞ୍ଜିତକୁ ଏବେ ଗିରଫ  କରିଛି ଭରତପୁର ପୋଲିସ । ପୋଲିସ  ତାଙ୍କୁ ଘାଟିକିଆ ଅଂଚଳରେ ବୁଲୁଥିବା ବେଳେ ଧରିଛି ଓ ଥାନାକୁ ନେଇ ଅଧିକ ପଚରା ଉଚରା କରାଯାଉଛି । ପୋଲିସ ଘଟଣା ସ୍ଥଳରୁ ରକ୍ତଲଗା ଛୁରୀ ଓ ରକ୍ତଲଗା ଗାମୁଛା ଜବତ କରିଛି । ପୋଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରିବାରୁ ଜାଣିବାକୁ ପଡିଛି ନିଶା ଖାଇବାକୁ ବାରଣ କରିବାରୁ ସ୍ତ୍ରୀକୁ ହତ୍ୟାକରିଛି । ମା କୁ ହତ୍ୟାକରୁଥିବା ବେଳେ ଝିଅ ବାରଣ କରିବାରୁ ତାକୁ ମଧ୍ୟ ମାରିବାକୁ ପଛାଇଲାନି ସଇତାନ ବାପା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking