30.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ, ତା’ପରେ କ’ଣ ହେଲା ପୁର ଘଟଣା...

ଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ, ତା’ପରେ କ’ଣ ହେଲା ପୁର ଘଟଣା ପଢ଼ନ୍ତୁ…

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ଶ୍ମଶାନ ଘାଟରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା, ଯାହାଫଳରେ ୧୧ ଜଣ ଲୋକ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲେ । ବିସ୍ଫୋରଣର ତୁରନ୍ତ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ମାମଲାରେ ସୂଚନା ଦେଇ କହିଛି ଯେ ଦାହ ସଂସ୍କାର ପ୍ରକ୍ରିୟାକୁ ଜଲ୍‌ଦି ସାରିବା ତଥା ଚିତା ନିଆଁକୁ ଅଧିକ ତେଜ କରିବା ପାଇଁ କେହି ଜଣେ ଚିତାରେ ପେଟ୍ରୋଲ ଢାଳି ଦେଇଥିଲେ । ଯାହାଫଳରେ ହଠାତ୍ ସେଠାରେ ବିସ୍ଫୋରଣ ଘଟିଥିଲା ।

ଏହି ନିଆଁ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉପସ୍ଥିତ ମୃତକଙ୍କ ଆତ୍ମୀୟ ସ୍ୱଜନମାନେ ଜଳି ଯାଇଥିଲେ । ସୂଚନା ଅନୁଯାୟୀ, ପୁଣେର ତାଡ଼ିୱାଲା ରୋଡ୍‌ସ୍ଥିତ ଏକ ଶବଦାହ ଗୃହରେ ଏହି ଘଟଣା ଘଟିଛି । ଶନିବାର ସନ୍ଧ୍ୟାରେ ଜଣଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ଚାଲିଥିବା ସମୟରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଲୋକ ଜଳି ଯାଇଥିଲେ । ପୋଲିସ କମିଶନର ସାଗର ପାଟିଲ କହିଛନ୍ତି ଯେ ଘଟଣାଟି ସନ୍ଧ୍ୟା ପାଖାପାଖି ୭ଟାରେ ସ୍ଥାନୀୟ କୈଳାଶ ଶବଦାହ ଗୃହରେ ଘଟିଛି ।

ପୂର୍ବରୁ ଜଳୁଥିବା ଚିତାରେ ଯେତେବେଳେ ପେଟ୍ରୋଲ ଢଳା ଯାଇଥିଲା, ତାହା ବହି ଯାଇଥିଲା ଏବଂ ନିଆଁ ଚାରିଆଡ଼କୁ ବ୍ୟାପି ଏଭଳି ବିସ୍ଫୋରଣ ଘଟିଥିଲା । ପୋଲିସ କହିଛି ଯେ, ଏହି ଦୁର୍ଘଟଣାରେ ଜଳି ଯାଇଥିବା ଲୋକଙ୍କୁ ତୁରନ୍ତ ସ୍ଥାନୀୟ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରାଯାଉଛି । ଆଉ ଜଣେ ଅଧିକାରୀଙ୍କ କହିବା ଅନୁସାରେ, କିଛି ଲୋକ ଗୁରୁତର ଭାବରେ ଜଳି ଯାଇଛନ୍ତି । ସୂଚନାଥାଉ କି, ଏଠାରେ ଆତ୍ମହତ୍ୟା କରିଥିବା ଦୀପକ କାମ୍ବଲେ ନାମକ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ଚାଲିଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking