ପାଟନା: ମହିଳାଙ୍କୁ ‘ଟମାଟୋ’ ଡାକି ଚିଡ଼ାଇବା ବୃଦ୍ଧଙ୍କୁ ପଡ଼ିଲା ମହଙ୍ଗା । ଶେଷରେ ଏହି କାର୍ଯ୍ୟ ପାଇଁ ଅକାଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମହିଳାଙ୍କଠୁ ଅଭିଯୋଗ ଶୁଣିବା ପରେ ଉତକ୍ଷିପ୍ତ ହୋଇ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବୃଦ୍ଧଙ୍କ ହତ୍ୟାକାରୀ ହେଉଛନ୍ତି ବୃଦ୍ଧଙ୍କ ପଡୋଶୀ । ସବୁଠୁ ଚକିତ କରିବା କଥା ହେଉଛି ବୃଦ୍ଧ ଜଣକ ହତ୍ୟାକାରୀଙ୍କ ପତ୍ନୀଙ୍କୁ ‘ଟମାଟୋ-ଟମାଟୋ’ କହି ଚିଡ଼ାଇବା ପରେ ମହିଳା ଜଣକ ନିଜ ସ୍ୱାମୀ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମହିଳାଙ୍କ ସ୍ୱାମୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିଥିଲେ ।
ଏହାକୁ ବୃଦ୍ଧ ଜଣକ ବିରୋଧ କରିବା ପରେ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି । ଏହି ମାମଲା ଟେଟିଆମ୍ବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି । ଏଠାରେ ଥିବା ବ୍ଲକ ସଭାପତି କହିଛନ୍ତି ଯେ ତିଲକରୀ ହାଟରୁ ପନିପରିବା କିଣିବା ପରେ ମହେଶ ଦାସ ଫେରୁଥିଲେ । ବାଟରେ ସେ ଜଣେ ପରିଚିତଙ୍କୁ ଭେଟି ତାଙ୍କ ସହ କଥା ହେବା ଆରମ୍ଭ କଲେ । ବାର୍ତ୍ତାଳାପ ସମୟରେ ମହେଶ ଦାସ ପରିଚିତଙ୍କୁ କହିଥିଲେ ଯେ ସେ ଟମାଟୋ ନେବାକୁ ଭୁଲିଗଲେ । ଏହି ସମୟରେ ସେ ଟମାଟୋ-ଟମାଟୋ କହିବାକୁ ଲାଗିଲେ ।
ଏହି ସମୟରେ ତାଙ୍କ ପଡ଼ୋଶୀ ବ୍ରହ୍ମଦେବ ଦାସଙ୍କ ପତ୍ନୀ ଯାଉଥିଲେ । ପଡୋଶୀ ମହିଳା ଅନୁଭବ କଲେ ଯେ ମହେଶ ଦାସ ତାଙ୍କୁ ଦେଖିବା ପରେ ଟମାଟୋ କହୁଛନ୍ତି । ଏହି ଘଟଣାକୁ ନେଇ ମହିଳା ଜଣକ ପରିବାରରେ ଅଭିଯୋଗ କଲେ ଯେ ମହେଶ ଦାସ ତାଙ୍କୁ ନିର୍ଯାତନା ଦେଇଛନ୍ତି । ଏହା ପରେ ବ୍ରହ୍ମଦେବ ଏବଂ ତାଙ୍କ ସମ୍ପର୍କୀୟମାନେ ମହେଶଙ୍କୁ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଛି ।