31.1 C
Bhubaneswar
Friday, March 29, 2024
Homeଓଡିଶାମାଡ ଖାଇଲେ ଶିକ୍ଷକ, ବାଡେଇଲେ ଶିକ୍ଷୟିତ୍ରୀ

ମାଡ ଖାଇଲେ ଶିକ୍ଷକ, ବାଡେଇଲେ ଶିକ୍ଷୟିତ୍ରୀ

ମାଲକାନଗିରି: ବିଦ୍ୟାଳୟରେ ବୈଠକବେଳେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ମାଡ ମାରିଲେ ଶିକ୍ଷୟିତ୍ରୀ । ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମପିଭି – ୬୫ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିକ୍ଷୟିତ୍ରୀ ମାଡ଼ ମାରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଶିକ୍ଷକଙ୍କୁ ଅନ୍ୟଜଣେ ଶିକ୍ଷୟିତ୍ରୀ କୌଣସି ଏକ କାରଣକୁ ନେଇ ମାଡ଼ ମାରିବା ସମୟରେ ଏକ ଭିଡିଓ ଉତ୍ତୋଳନ କରାଯାଇ ଭାଇରାଲ ହୋଇଥିବା ଜଣାପଡିଛି । ଶିକ୍ଷୟିତ୍ରୀ ଜଣକ ମାଡ ମାରିବା ସମୟରେ କାଲିମେଳା ବ୍ଲକ ଶିକ୍ଷା ଅଧିକାରୀ ଓ ଟିଗଲ ପଞ୍ଚାୟତ ଦାୟିତ୍ୱରେ ଥିବା ସିଆରସି ଉପସ୍ଥିତ ଥିବା ଜଣାପଡିଛି । ତେବେ ଏ ନେଇ କାହାରି ପ୍ରତିକ୍ରିୟା ମିଳିପାରିନ ଥିବାବେଳେ ଶିକ୍ଷକଙ୍କର ଏହି ଭିଡିଓ ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking