40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାଣି ବାଲ୍‌ଟି ନେଲା ୪ବର୍ଷ ଶିଶୁର ଜୀବନ

ପାଣି ବାଲ୍‌ଟି ନେଲା ୪ବର୍ଷ ଶିଶୁର ଜୀବନ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସାମାନ୍ୟ ଅସାବଧାନତା ହେତୁ ଏକ ୪ ବର୍ଷ କୋମଳ ଶିଶୁର ଜୀବନ ଚାଲିଯାଇଛି । ଖେଳୁଥିବା ସମୟରେ ହଠାତ ବୈଦ୍ୟୁତିକ ପାଣି ଗରମ ଯନ୍ତ୍ର ଦ୍ୱାରା ପାଣି ଗରମ ହେଉଥିବା ବାଲ୍ଟିକୁ ସ୍ପର୍ଶ କରି ଦେବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଚାଲି ଯାଇଛି । ଘଟଣାରେ ପରିବାର ସହ ଆଖପାଖ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଘଟଣାଟି ଭୋପାଳର କୋଲାର ଥାନା ଅଞ୍ଚଳର । ପରିବା ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଦୁଇ ଶିଶୁଙ୍କ ସହ ଏହି ଅଞ୍ଚଳରେ ବାସ କରନ୍ତି । ତାଙ୍କ ଦୁଇ ଶିଶୁଙ୍କ ମଧ୍ୟରେ ୪ ବର୍ଷର ଝିଅ ପଡୋଶୀଙ୍କ ଘରେ ଖେଳୁଥିଲା । ଖେଳୁଥିବା ସମୟରେ ଭୁଲ ବଶତଃ ସେ ପାଣି ଗରମ ହେଉଥିବା ଯନ୍ତ୍ରକୁ ସ୍ପର୍ଶ କରି ଦେଇଥିଲେ । ପଡୋଶୀ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଜଣାଇବା ସହ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking