ନୂଆଦିଲ୍ଲୀ: ଟୋକିଓ ଅଲମ୍ପ୍ଖଳ ୨୦୨୦ରେ ଦେଶର ନାମ ଗୌରବ ବୃଦ୍ଧି କରି ଫେରିଥିବା ଭାରତୀୟ ଖେଳାଳୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ଖେଳାଳୀଙ୍କ ସହିତ ବାର୍ତାଳାପ କରିଥିଲେ ଓ ସେମାନଙ୍କ ସହ ସକାଳ ଜଳଖିଆ ବି ଖାଇଥିଲେ । ଅଲମ୍ପିକ ୨୦୨୦ରେ ଦେଶକୁ ସ୍ୱର୍ଣ୍ଣପଦକ ଦେଇଥିବା ନିରଜ ଚୋପ୍ରା ଙ୍କୁ ତାଙ୍କର ପସନ୍ଦ ଚୁରମା ପରୋଷା ଯାଇଥିଲା । ଯେତେବେଳେ କି ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଆଇସକ୍ରିମ ପାର୍ଟି ଦେଇଥିଲେ । ସେହିଭଳି ବ୍ରୋଂଜ ପଦକ ଜିତିଥିବା ଭାରତୀୟ ହକି ଟିମ ମୋଦିଙ୍କୁ ଅଟୋଗ୍ରାଫ ହୋଇଥିବା ହକି ଷ୍ଟିକ ଗିଫ୍ଟ କରିଥିଲେ । ଚଳିତ ଥର ଅଲମ୍ପିକ ଭାରତ ପାଇଁ ସ୍ମରଣୀୟ ରହିବ ଓ ଦେଶ ପ୍ରଥମ ଥର ମୋଟ ୭ଟି ମେଡାଲ ନିଜ ନାମରେ କରିଛି । ମୋଦିଙ୍କ ସହ ଆଇସକ୍ରିମ ଖାଇ ସିନ୍ଧୁଙ୍କ ଇଚ୍ଛା ପୂରଣ ହୋଇଛି । ଜୁଲାଇ ୧୩ ତାରିଖରେ ମୋଦି ସମସ୍ତଙ୍କ ଆଥଲେଟଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବାର୍ତାଳାପ କରୁଥିବା ସମୟରେ ସିନ୍ଧୁ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି ବୋଲି ଜଣାପଡିଥିଲା । ମୋଦି ଅଲମ୍ପିକ ନେଇ ସେହି ଦିନ ସବୁ ଖେଳାଳୀଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଥିଲେ । ସୋମବାର ମୋଦି ଭାରତୀୟ ଅଲମ୍ପିକ ଖେଳାଳୀଙ୍କ ସହ ତାଙ୍କ ବାସଭବନରେ ସକାଳ ଜଳଖିଆ କରିଥିଲେ ଓ ସେମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ ସେହି ସମୟରେ ସେ ସିନ୍ଧୁଙ୍କୁ ଆଇସକ୍ରିମ ଅଫର କରିଥିଲେ ।
#WATCH | Prime Minister Narendra Modi offers ice cream to #TokyoOlympics medal winner PV Sindhu during his interaction with the Indian contingent.
On an earlier occasion, PM had told her that they'll eat ice cream together after her return from Tokyo. pic.twitter.com/FzooN22f82
— ANI (@ANI) August 18, 2021
ସିନ୍ଧୁ ଏହାର ଏକ ଫଟୋ ମଧ୍ୟ ସେୟାର କରି ଲେଖିଛନ୍ତି ସେ ଶେଷରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଇସକ୍ରିମ ଖାଇବାର ସୁଯୋଗ ପାଇଲେ । ମୋଦି ମଧ୍ୟ ସିନ୍ଧୁଙ୍କ ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ଏକ ବ୍ୟାଡମିଣ୍ଟନ ରାକେଟ ଗିଫ୍ଟ କରିଥିଲେ । ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ ଛୋଟ ବ୍ୟାଡମିଣ୍ଟନ ରାକେଟ ପାଇ ସେ ଅତ୍ୟନ୍ତ ଖୁସି ବୋଲି ବ୍ୟକ୍ତ କରିଥିଲେ ।
Glad to have got the opportunity to finally have an ice cream with our Hon’ble PM @narendramodi ji🍦 pic.twitter.com/E4EISfaaGO
— Pvsindhu (@Pvsindhu1) August 16, 2021
It was an absolute honour to have met with our Hon’ble PM Narendra Modi ji @PMOIndia @narendramodi . I’m so grateful for all the help he has given to all of us athletes and I’m so excited to have gifted him my racket as a small token of appreciation 🙏🏽 pic.twitter.com/LvDWZ4JBFX
— Pvsindhu (@Pvsindhu1) August 16, 2021