ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନାଗର ପୌର ପରିଷଦ ରନାରୀ ନେତ୍ରୀ ଶ୍ରୀମତୀ ଉଷା ରାଣୀ ସାମଲ ରାଜ୍ୟ ବିଜୁ ମହିଳା ଜନତା ଦଳର ହେଲେ ସାଧାରଣ ସମ୍ପାଦିକା l ବିଜେଡ଼ି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଶ୍ରୀମତୀ ସାମଲଙ୍କୁ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ଦେଇଛନ୍ତି l ଶ୍ରୀମତୀ ସାମଲ ଜଣେ ସୁ ସଂଘଠିକା ପୌର ପରିଷଦକୁ ଦୁଇ ଥର କାଉନସିଲ ଭାବରେ ନିର୍ବାଚିତ ହୋଇ ଥିଲେ l ବିଶିଷ୍ଟ ଶିକ୍ଷାବିତ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର ଗୁରୁ ଦାୟିତ୍ୱ ଦେଇ ଥୁବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ହାର୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି l ଯାଜପୁର ଜିଲ୍ଲାର ବିଧାୟକ ଓ ବିଧାୟିକାମାନଙ୍କୁ ମଧ୍ୟ ଶ୍ରୀମତି ସାମଲ କୃତଜ୍ଞତା ଜ୍ଞାପନ ମଧ୍ୟ ଜଣାଇଛନ୍ତି l