ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜମ୍ମୁ କଶ୍ମୀର କୁ ନେଇ ବୈଠକ ଜାରି ରହିଛି । ଧାରା ୩୭୦ ଉଚ୍ଛେଦ ପରେ ପ୍ରାୟ ଦୁଇ ବର୍ଷ ପରେ ସରକାରଙ୍କ ତରଫରୁ ରାଜ୍ୟର ନେତାଙ୍କ ସହିତ ଆଲୋଚନା କରାଯାଉଛି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଉଥିବା ଏହିବୈଠକରେ ଫାରୁକ ଅବଦୁଲ୍ଲା, ମେହବୁବା ମୁଫ୍ତୀ, ଉମର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ, ରବିନ୍ଦ୍ର ରୈନା, କବୀନ୍ଦ୍ର ଗୁପ୍ତା, ନିର୍ମଳ ସିଂହ, ସଜ୍ଜାଦ ଲୋନ, ଭୀମ ସିଂହଙ୍କ ସମେତ ଅନ୍ୟ ନେତାମାନେ ବି ସାମିଲ ଅଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ କେନ୍ଦ୍ରର ଅନ୍ୟ ଅଧିକାରୀ ବି ଉପସ୍ଥିତ ରହିଛନ୍ତି । ଏହାରି ମଧ୍ୟରେ ଜମ୍ମୁକଶ୍ମୀରର ନେତାଙ୍କ ସହିତ ପିଏମ ମୋଦିଙ୍କ ବୈଠକ ର ଏକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଅମିତ ଶାହ, ଗୁଲାମ ନବୀ ଆଜାଦ, ମେହବୁବା ମୁଫତୀ, ଫାରୁକ ଅବଦୁଲ୍ଲା ଙ୍କ ସମେତ ଅନ୍ୟ ନେତା ବି ସାମିଲ ରହିଛନ୍ତି । ବୈଠକରେ ଡା. ଜିତେନ୍ଦ୍ର ସିଂଙ୍କ ଦ୍ୱାରା ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଯାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ତରଫରୁ ଓପନିଂ ରିମାର୍କ ଦିଆଯାଇଥିଲା ।