30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଖୁବ ଶୀଘ୍ର ‘କ୍ରିଷ୍ ୪’

ଖୁବ ଶୀଘ୍ର ‘କ୍ରିଷ୍ ୪’

ନୂଆଦିଲ୍ଲୀ : ହ୍ରିତିକ ରୋଶନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି। ସେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘କ୍ରିଷ୍ ୪’ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି । ଅଭିନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହି କ୍ୟାପସନରେ ଲେଖିଥିଲେ, ‘ଅତୀତରେ ଯାହା ହେବାକୁ ଥିଲା, ତାହା ହୋଇଗଲା। ୧୩ ସେକେଣ୍ଡର ଭିଡିଓ କ୍ଲିପ୍ ରେ ହ୍ରିତିକ୍ ରୋଶନ୍ ଏକ ସୁପରହିରୋ ଅବତାରରେ ନଜର ଆସିଛନ୍ତି । ସେ କ୍ରିଷ୍ -୪ ଏବଂ ଏହାର ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି । ୨୦୧୯ ମସିହାରେ ହ୍ରିତିକ ରୋଶନ ପିଟିଆଇ ସହ ବାର୍ତ୍ତାଳାପରେ କହିଥିଲେ ଫିଲ୍ମ ‘ୱାର’ ପରେ ସେ କ୍ରିଷ୍ ୪ ପାଇଁ ସୁଟିଂ ଆରମ୍ଭ କରିବେ। ତାଙ୍କ ବାପା ରାକେଶ ରୋଶନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ କାରଣରୁ ଉଭୟ ପ୍ରୋଜେକ୍ଟରେ ଆଗକୁ ବଢି ପାରିନଥିଲେ। ହ୍ରିତିକ ଫିଲ୍ମ ‘କ୍ରିଷ୍’ରେ ସୁପରହିରୋ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୩ ଜୁନ୍ ୨୦୦୬ ରେ ରିଲିଜ୍ ହୋଇଥିଲା। ହ୍ରିତିକଙ୍କ ସହ ପ୍ରିୟଙ୍କା ଚୋପ୍ରା, ରେଖା, ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଥିଲେ। ୨୦୧୩ ରେ, କ୍ରିଷ୍ ୩ ହ୍ରିତିକଙ୍କ ସହ କଙ୍ଗନା, ପ୍ରିୟଙ୍କା ଚୋପ୍ରା ଏବଂ ବିବେକଙ୍କୁ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking