41.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶସ୍କୁଲ ଏଜୁକେସନ ରା଼କିଂରେ ନମ୍ବର ୧ ପଞ୍ଜାବ

ସ୍କୁଲ ଏଜୁକେସନ ରା଼କିଂରେ ନମ୍ବର ୧ ପଞ୍ଜାବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍କୁଲ ଏଜୁକେସନ ରିପୋର୍ଟ ଜାରି କରିଛି । ଯାହାକୁ ନେଇ ଏବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କେନ୍ଦ୍ର ଉପରେ ବର୍ଷିଛନ୍ତି । ଏହି ରିପୋର୍ଟରେ ଚଣ୍ଡୀଗଡ, ପଂଜାବ, ତାମିଲନାଡୁ ଓ କେରଳ ଭଳି ରାଜ୍ୟ ଟପରେ ରହିଛନ୍ତି । ଏହି ରିପୋର୍ଟ ଦେଖିବା ପରେ ମନୀଷ ସିସୋଦିୟା କହିଛନ୍ତି, ପିଏମ ମୋଦି ଓ ସିଏମ ଅମରିନ୍ଦର ସିଂଙ୍କ ମଧ୍ୟରେ ଦୋସ୍ତୀ ଚାଲିଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଦିନ ପୂର୍ବରୁ ମୋଦି ସରକାର ଦେଶରେ ସରକାରୀ ସ୍କୁଲର ଶିକ୍ଷା ପ୍ରଣାଳୀ ଉପରେ ଏକ ରିପୋର୍ଟ ଜାରି କରିଥିଲେ । ସେହି ରିପୋର୍ଟ କୁହାଯାଇଥିଲା ଯେ, ଦେଶରେ ପଂଜାବର ସରକାରୀ ସ୍କୁଲ ସବୁଠୁ ଭଲ ଓ ଦିଲ୍ଲୀ ସରକାରୀ ସ୍କୁଲ ବେକାର । ଏହି ରିପୋର୍ଟ କହୁଛି, ମୋଦି ଜୀ ଓ କ୍ୟାପଟେନ ସାହେବଙ୍କ ମଧ୍ୟରେ ଦୋସ୍ତୀ ଚାଲିଛି । ପଂଜାବ ନିର୍ବାଚନର କିଚି ଦିନ ପୂର୍ବରୁ ଏହି ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟ କ୍ୟାପଟେନ ସାହେବଙ୍କୁ ମୋଦି ଜୀ ଆଶୀର୍ବାଦ ଭାବରେ ଜାରି କରିଛନ୍ତି ବୋଲି ସେ କହିଛନ୍ତି ।
ଏଜୁକେସନ ମିନିଷ୍ଟ୍ର ଦ୍ୱାରା ଜାରି ହୋଇଥିବା ପରଫର୍ମିଙ୍ଗ ଗ୍ରେଡିଂ ଇଣ୍ଡେକ୍ସର ଲାଟେଷ୍ଟ ଏଡିସନରେ ଚଣ୍ଡୀଗଡ, ପଂଜାବ, ତାମିଲନାଡୁ ଓ କେରଳ ରାଜ୍ୟ ଟପରେ ରହିଛି । ପିଜିଆଇରେ ରାଜ୍ୟଙ୍କୁ ଆକ୍ସେସ, ଇନଫ୍ରାଷ୍ଟ୍ରକଚର, ଆକ୍ଟିଭିଟି ଓ ଲର୍ନିଂ ସହିତ ୭୦ ମାପଦଣ୍ଡରେ ମୋଟ ୧୦୦୦ ଅଙ୍କରେ ସ୍କୋର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking