27.1 C
Bhubaneswar
Tuesday, July 15, 2025
Homeଓଡିଶାଅସହାୟ କରୋନା ଯୋଦ୍ଧା

ଅସହାୟ କରୋନା ଯୋଦ୍ଧା

କୋଟପାଡ଼ : ଅସହାୟ ରୁପରେ କୋଟପାଡ଼ ବ୍ଲକର ଗୁଆଲି ପଞ୍ଚାୟତ ବଣିଆ ଗ୍ରାମର କରୋନା ଯୋଦ୍ଧା ଆଶା ଦିଦି ଧନେଇ ମାଝୀ l ଦୀର୍ଘ 6 ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟା ରେ ଅଛନ୍ତି ନା ସରକାର ତରଫରୁ କିଛି ସୁବିଧା ମିଳୁଛି ନା ସ୍ତାନୀୟ ପ୍ରଶାସନ ଦ୍ଵାର କିଛି ଉପକୃତ ହେଉଛନ୍ତି l ଏମିତି ଦିନ ବିତୁଛନ୍ତି କରୋନା ଯୋଦ୍ଧା ଧନେଇ ମାଝୀ l ଧନେଇ ମାଝୀ ଯିଏକି 2006 ରେ ଆଶା କର୍ମୀ ଭାବେ ଯୋଗ ଦେଇଥିଲା l ସବୁ ଠିକ ଠାକ ଚାଲିଥିଲା ପରିବାର ସୁଖଶାନ୍ତି ରେ ଦିନ କାଟୁଥିଲେ ପରବର୍ତୀ ସମୟରେ କରୋନା କାଳଲେ ମଧ୍ୟ ଧନେଇ ମାଝୀ ଦିନ ଦରିଦ୍ର ଅସହାୟ ଲୋକଙ୍କ ସେବାରେ ନିୟୋଜିତ ଥିଲେ କିନ୍ତୁ ଦୀର୍ଘ 6 ମାସ ହେଲା ସେ ଏକ ଅଜଣା ରୋଗରେ ପୀଡିତ ହୋଇ ସଜ୍ୟାଶାୟୀ ହୋଇ ଘରେ ଅଛନ୍ତି l କଲେ ବିକଳ ହୋଇ କୋରାପୁଟ ଜିଲ୍ଲା ମେଡିକାଲ ଏବଂ ନବରଙ୍ଗପୁର ମେଡିକାଲ ରେ କିଛି କିଛି ଦିନ ରହିଥିଲେ କିନ୍ତୁ ରୋଗକୁ ଚିନ୍ହି ପାରିଲେନି କୌଣସି ଡାକ୍ତର l

ତା ପରେ ସିଧା ଘରକୁ ଧନେଇ ମାଝୀଙ୍କୁ ଆଣିଥିଲେ ତାଙ୍କ ପରିବାର କହିଲେ ପାଞ୍ଚଜଣ ସଦସ୍ୟ ଅଛନ୍ତି ହେଲେ କେବଳ ଧନେଇ ମାଝୀ ହିଁ ପରିବାର ର ଭରଣ ପୋଷଣ କରୁଥିଲେ ତାଙ୍କ ଶଯ୍ୟା ପରେ ପରିବାର ଆର୍ଥିକ ସଙ୍କଟ ଦେଖା ଦେବା ସହ ଲୋକଙ୍କ ଠାରୁ ଧାର ନେଇ ଧନେଇ ମାଝୀଙ୍କ ଚିକିତ୍ସା କରୁଛନ୍ତି ପରିବାର ଲୋକେ l ସରକାର କରୋନା ଯୋଦ୍ଧା ଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦେଇଥିବା ବେଳେ ଧନେଇ ମାଝୀ ପାଇଁ ସରକାର ଓ ପ୍ରଶାସନ ହାତ ଟେକି ଦେଇଛି ନା ସରକାରୀ ସ୍ତରରେ ନା ସ୍ଥାନୀୟ ମେଡିକାଲ ପ୍ରଶାସନ ପକ୍ଷରୁ କୌଣସି ସାହାର୍ଯ୍ୟ ଯୋଗେଇ ଦେଇଛି କରୋନା ଯୋଦ୍ଧା ବୋଲି ସରକାର ଘେଷଣା କରିଛନ୍ତି କିନ୍ତୁ ବାସ୍ତବରେ ତାହା ପରିଲିକ୍ଷିତ ହୋଇପାରୁନାହିଁ ସରକାର ତରଫରୁ ଧନେଇ ମାଝୀଙ୍କୁ କିଛି ଅର୍ଥ ଦେଇ ମୃତ୍ୟୁ ମୁହଁକୁ ଠେଲି ଦେଲାଭଳି ମଣେ ହୋଉଛି ନା ମିଳୁଛି ଉଚ୍ଚ ସ୍ତରୀୟ ସ୍ୟସ୍ଥ୍ୟ ସେବା ନା ମିଳୁଛି ଅନ୍ୟ କିଛି ସହାୟତା ତେବେ ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଧନେଇ ମାଝୀଙ୍କୁ କାହିଁକି ବାଦ ପଡିଲେ ଏବଂ ସରକାର ଜାଣିଶୁଣି ଧନେଇ ମାଝୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛନ୍ତି କି ସରକାର ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଖାଲି କରୋନା ଯୋଦ୍ଧା ମାନ୍ୟତା ଦେଇ ଭୁଲି ଯାଉଛନ୍ତି କି ରାଜ୍ୟର ସରକାର ବିଭିନ୍ନ ପ୍ରଶ୍ନ ଏବେ ସମସ୍ତ କରୋନା ଯୋଦ୍ଧା ମାନଙ୍କ ମନରେ ପ୍ରଶ୍ନ ଘୁରି ବୁଲୁଛି l ତେବେ ଧନେଇ ମାଝୀଙ୍କ ସରକାର ଓ ସ୍ଥାନୀୟ ପ୍ରଶାସନ ମିଳିତ ଉଦ୍ୟମରେ ସମ୍ପୂର୍ଣ ସାହାର୍ଯ୍ୟ ସହଯୋଗ ସହିତ ଉଚ୍ଚ ସ୍ତରୀୟ ସ୍ୟସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ସାଧାରଣ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking