ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଦୁଇ ଟିମ ଆଇପିଏଲ ସିଜିନ ୧୪ର ପଏଣ୍ଟ ଟେବୁଲରେ ସବୁଠୁ ତଳେ ରହିଛନ୍ତି । ଆଜିର ମୁକାବିଲାରେ ଦୁଇ ଟିମ ବିଜୟ ହାସଲ କରି ନିଜ ସ୍ଥାନ କବଜା କରିବାକୁ ଚେଷ୍ଟା କରିବେ । ଏପର୍ଯ୍ୟନ୍ତ ଦୁଇଟି ଯାକ ଟିମ ୪-୪ ମୁକାବିଲା ଖେଳିଛନ୍ତି । ଯେଉଁଥିରେ ସେମାନଙ୍କୁ ୧-୧ ସଫଳତା ମିଳିଛି ।
ଆଜିର ମୁକାବିଲାରେ ଦୁଇ ଦଳ ବିଜୟ ଲକ୍ଷ୍ୟ ନେଇ ଫେରିବାକୁ ଚାହିଁବେ । ୩-୩ ମ୍ୟାଚ ହାରିଥିବା ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଆଜିର ଆଇପିଏଲ ମୁକାବିଲା ରୋମାଂଚକର ହେବ ।
ତେବେ ଆପଣ ଏହାକୁ ଆଇପିଏଲ ଜିଓ ଟିଭିରେ ଅଲନାଇନ ଲାଇଭ ଦେଖିପାରିବେ । ଭାରତରେ ୟୁଟ୍ୟୁବରେ ଆଇପିଏଲ ଲାଇଭ ଦେଖିହେବ ନାହିଁ ।
ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଜିର ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭.୩୦ରେ ମ୍ୟାଚ ଆରମ୍ଭ ହେବ । ଏଥିପାଇଁ ଟସ୍ ୭ଟାରେ ପଡିବ ।
କୋଲକାତା ନାଇଟ ରାଇଡର୍ସ
ଇୟୋନ ମର୍ଗନ(ଅଧିନାୟକ), ଆନ୍ଦ୍ରେ ରସେଲ, ବେନ କଟିଙ୍ଗ, ଦିନେଶ କାର୍ତ୍ତିକ, ହରଭଜନ ସିଂହ, କମଲେଶ ନାଗରକୋଟି, କରୁଣ ନାୟର, କୁଲଦୀପ ଯାଦବ, ଲୋକୀ ଫର୍ଗ୍ୟୁସନ, ନୀତିଶ ରାଣା, ପ୍ୟାଟ କମିନ୍ସ, ପବନ ମେଗୀ, ପ୍ରସିଦ୍ଧ କୃଷ୍ଣା, ରାହୁଲ ତ୍ରିପାଠୀ, ରିଙ୍କୁ ସିଂହ, ସନ୍ଦୀପ ବାରିୟର, ଶାକିବ ଅଲ ହସନ, ଶେଲ୍ଡନ ଜ୍ୟାକସେନ, ଶିବମ ମାବୀ, ଶୁଭମନ ଗିଲ, ସୁନୀଲ ନରେନ, ଟିମ ସୀଫର୍ଟ, ବୈଭବ ଅରୋଡା, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଷ ଅୟର
ରାଜସ୍ଥାନ ରୟାଲ୍ସ
ସଂଜୁ ସ୍ୟାମସନ(ଅଧିନାୟକ), ଜୋସ ବଟଲର, ଯଶସ୍ୱୀ ଜାୟସବାଲା, ମନନ ବୋହରା, ଅନୁଜ ରାବତ, ରିୟାନ ପରାଗ, ଡେଭିଡ ମିଲର, ରାହୁଲ ତେବତିୟା, ମହିପାଲ ଲୋମରୋର, ଶ୍ରେୟସ ଗୋପାଲ, ମୟଙ୍କ ମାର୍କଡେୟ, ଏଣ୍ଡ୍ରୟୁ ଟାଇ, ଜୟଦେବ ଉନାଦକର, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ ମୋରିସ, ମୁସ୍ତାଫିଜପୁର ରହମାନ, ଚେତନ ସକାରିଆ, କେସି କରିୟପା, ଆକାଶ ସିଂହ