24.1 C
Bhubaneswar
Wednesday, January 15, 2025
Homeଓଡିଶାଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା

ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା

ପୂରୀ : ଭିତର କାଠ ନିକଟରେ ରକ୍ତ ଛିଟା ପଡିବାରୁ ଶ୍ରୀଯିଉଙ୍କର ହୋଇଛି ମହା ସ୍ନାନ । ଶ୍ରୀ ଜଗନ୍ନାଥ ଟେମ୍ପୁଲର ୨ ଜଣ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟାମଜା ବେଳେ ଗଣ୍ଡୋଗଳ ହୋଇଥିଲା । ଏଥିରେ ମାରପିଟ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତର କାଠ ସମ୍ମୁଖରେ ରକ୍ତଛିଟା ପଡିଥିଲା ।

ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଆହତ ମନୋଜଙ୍କୁ ପୂୂରୀ ବଡ ଦାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଏନେଇ ସିଂହଦ୍ୱାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

ତେବେ ମନ୍ଦିର ପରିସରରେ ଝିମିଟି ଖେଳରୁ ମହାଭାରତ ଭଳି ଘଟଣା ଘଟିଯାଇଛି । ତେବେ ଆଜି ଶ୍ରୀମନ୍ଦିରରେ ସାଧାରଣ ନର୍ଶନ ବନ୍ଦ ରହିଛି । ଏହି ସମୟରେ ୨ ଜଣ କର୍ମଚାରୀ ମାରପିଟ ହୋଇଥିଲେ ଗଙ୍ଗା ପ୍ରଧାନ ମନୋଜଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ବାଡେଇ ଦେଇଥିଲେ । ଏହାଫଳରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking