ମୟୁରଭଞ୍ଜ : ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ହଂସୀସାହିର ଜଣେ ଯୁବବ୍ୟବସାୟୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି। ହଂସୀସାହି ବାସିନ୍ଦା ଚକ୍ରଧର ବେହେରାଙ୍କ ମଧ୍ୟମପୁତ୍ର ଜ୍ଞାନରଞ୍ଜନ ବେହେରା (୪୮) ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଜଘର ପଛପଟରେ ଥିବା ଏକ ବେଲ ଗଛରେ ରସିଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।ଭୋର ସକାଳେ ପରିବାର ଓ ସାହିପୋଡିଶା ଲୋକମାନେ ଘଟଣା ଦେଖିବାକୁ ପାଇଥିଲେ।ପରେ ଏନେଇ ଠାକୁରମୁଣ୍ଡା ଥାନାକୁ ଖବର ଦେଇଥିଲେ ପରିବାର ଲୋକେ। ଖବରପାଇ ଥାନା ଅଧିକାରୀ ନିରୋଜ କୁମାର ସାମଲ, ଏଏସଆଇ ଅକ୍ଷୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଆତ୍ମହତ୍ୟା କରିଥିବା ଜ୍ଞାନରଞ୍ଜନ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ କରିଥିଲେ। ଏନେଇ ଠାକୁରମୁଣ୍ଡା ଥାନା ପୋଲିସ ୦୪/୨୧ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ଅଧିକତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନା ଅନୁଯାୟୀ କିଛିଦିନ ପୂର୍ବରୁ ପାରିବାରିକ କଳହ ଯୋଗୁଁ ମାନସିକ ଚାପରେ ରହୁଥିବା ସହିତ ଯୁବକ ଜ୍ଞାନରଞ୍ଜନ ଘରେ କିଛିଦିନ ହେବ ଏକୁଟିଆ ରହୁଥିବା ବେଳେ ତାଙ୍କର ସ୍ତ୍ରୀ ଓ ଛୋଟପୁଅ ବାପଘରକୁ ଯାଇଥିଲେ। ତେବେ ମାନସିକ ଚାପ ସାଙ୍ଗକୁ ନିଃସଙ୍ଗତା ଅନ୍ୟଏକ କାରଣ ହୋଇପାରେ ବୋଲି କୁହାଯାଉ ଥିବା ବେଳେ ଜବତ ସୁଇସାଇଡ଼ ନୋଟରେ କଣ ଉଲ୍ଲେଖ ରହିଛି ତାହା ଜଣାପଡି ନାହିଁ।