କଟକ : କଟକ ଏସସିବିରେ ରେଗୀଙ୍କ ଉପରେ ଫ୍ୟାନ ଛିଣ୍ଡି ପଡିଛି । ଏଥିରେ ରୋଗୀ ଜଣକ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ଯାଯପୁର ଜିଲ୍ଲାର ଜଣେ ମହିଳା ୪ ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।
ଶୋଇଥିବା ଅବସ୍ଥାରେ ହଠାତ ଫ୍ୟାନଟ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା । ଏବେ ତାଙ୍କୁ ଆଇସିୟୁକୁ ପଠାଯାଇଛି ।