ବାଲେଶ୍ୱର : ବସ୍ତା ବ୍ଲକ କରୁଆ ଶଙ୍ଖ କ୍ଷେତ୍ରରେ ତିନି ବିଗ୍ରହଙ୍କ ପାଇଁ ଦାରୁ ସଂଗ୍ରହ ଉତ୍ସବ ହୋଇଯାଇଛି।ସୂଚନା ଅନୁଯାୟୀ ଆଜକୁ ବହୁବର୍ଷ ପୂର୍ବରୁ ସ୍ଥାୟୀ ମନ୍ଦିର ଟିଏ ନଥାଇବି ତିନି ଦିଅ ବଳଭଦ୍ର,ଜଗନ୍ନାଥ,ସୁଭଦ୍ରା ପୂଜା ପାଇ ଆସୁଥିଲେ। ତେବେ ସମୟ କ୍ରମେ ଗ୍ରାମବାସି, ଅଞ୍ଚଳ ବାସୀଙ୍କ ସହାୟତାରେ ଏକ ମନ୍ଦିର ଟିଏ ଗଢି ଉଠିଛି। ଜଗନ୍ନାଥ,ବଳରାମ, ସୁଭଦ୍ରା ସମେତ ସୁଦର୍ଶନଙ୍କ ନୂତନ ବିଗ୍ରହ ସ୍ଥାପନ ପାଇଁ ଦାରୁ ସନ୍ଧାନ ଜାରି ରହିଥିଲା। ତେବେ ହଠାତକରି ଅଚାନକ ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତ ତାପୁଣ୍ଡିଆ ଗ୍ରାମର ଶ୍ରୀହରି ବେହେରାଙ୍କ ବାଡିରେ ପ୍ରାୟ ୩୦୦ ବର୍ଷର ଉର୍ଦ୍ଧ୍ବ ନିମ ଦାରୁ ସନ୍ଧାନ ମିଳିଥିଲା ଯାହାର ମୋଟେଇ ପ୍ରାୟ ୧୭ ଫୁଟ ହେବ। ତାଙ୍କ ପୁଅ ଗୋପାଳଙ୍କ କହିବା ଅନୁଯାୟୀ ଉକ୍ତ ନିମ ଦାରୁରୁ ଅନେକ ସମୟରେ ଝୁଣା, ଧୂପ ବାସ୍ନା ଆସିଥାଏ। ଏହା କୌଣସି ଦୈବୀଶକ୍ତି ବୋଲି ମନେ କରୀ ପରିବାର ପକ୍ଷରୁ ଉକ୍ତଦାରୁକୁ ପିଢ଼ି ପରେ ପିଢ଼ି ଆଜି ପର୍ଯ୍ୟନ୍ତ ପୂଜାଅର୍ଚ୍ଚନା କରି ଆସୁଥିଲେ। ଖବର ପାଇ
କରୁଆ ଶଙ୍ଖକ୍ଷେତ୍ରର ମନ୍ଦିର ପିରିଚାଳନା କମିଟି ଦାରୁ ଦର୍ଶନ କରିବା ସହିତ ପୁରି ମୁଖ୍ୟ ପଣ୍ଡାଙ୍କ ସହିତ ପରାମର୍ଶ କରାଯାଇ ଥିଲା।ତାଙ୍କର ପରାମର୍ଶ କ୍ରମେ ବଡିଭୋରରୁ ମହିଳା ମାନେ ସୁବର୍ଣ୍ଣରେଖା ନଦୀରୁ ପାଣି ନେଇ କଳସ ଶୋଭାଯାତ୍ରା କରି ବିଗ୍ରହ ନିକଟରେ ପହଁଚି ବୈଦିକ ରୀତି ନୀତିରେ ପୂଜା ଅର୍ଚ୍ଚନା ହୋମ ଇତ୍ୟାଦି ସହିତ ସୁନା ଓ ରୁପା କୁରାଢ଼ୀକୁ ପୂଜାକରି ଉକ୍ତ କୁରାଢ଼ୀ ସହାୟତାରେ ପୁରୀରୁ ଆସିଥିବା ଶିଳ୍ପୀ,ତଥା ମହାରଣା ଫକିର ସାମନ୍ତ କର୍ମା ଦାରୁଛେଦନର ଶୁଭାରମ୍ଭ କରିଥିଲେ। ଏଥିରେ କରୁଆ,ରଘୁନାଥପୁର,ପାଉଁଶକୁଲି, ନାବ୍ରା, ଶ୍ରୀରାମପୁର, କୁମ୍ଭାରୀ ପଞ୍ଚାୟତ ଅଞ୍ଚଳର ହଜାର ହଜାର ସଂଖ୍ୟାର ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଶଙ୍ଖ,ଖୋଳ, କୀର୍ତ୍ତନ ନାଦ କରି ଉତ୍ସବମୁଖର ହେବା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ କୁ ଜିଲା ପରିଷଦ ସଦସ୍ୟ ରବୀନ୍ଦ୍ରନାଥ ଅଣ୍ଡିଆ, କୁମ୍ଭାରୀ ସରପଞ୍ଚ ଜୟନାରାୟନ ମହାପାତ୍ର, ରାଧାକୃଷ୍ଣ ଦାସ, ଜଗନ୍ନାଥ ବ୍ରହ୍ମଚାରୀ, ଲକ୍ଷ୍ମୀଧର ସାହୁ, ଦାମୋଦର ଜେନାଙ୍କ ସମେତ ଉଭୟ ଗ୍ରାମର କମିଟି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।