30.1 C
Bhubaneswar
Wednesday, April 24, 2024
Homeଓଡିଶାଜଳୁଛି ଜଙ୍ଗଲ ,ସଂକଟରେ ବନ୍ୟଯନ୍ତୁ

ଜଳୁଛି ଜଙ୍ଗଲ ,ସଂକଟରେ ବନ୍ୟଯନ୍ତୁ

ତେଲକୋଇ(ଅକ୍ଷୟ ପ୍ରଧାନ) :କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା  ଫରେଷ୍ଟ ବିଟ ଅଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଦିନଦିନ ଧରି ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏକର ଏକର ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଯନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ଦୁଇଦିନ ହେବ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସହ ବିରଳ ଔଷଧୀୟ ଗୁଳ୍ମ ସଵୁ ଜଳିପୋଡି ନଷ୍ଟ ହୋଇଗଲାଣି। ହୁତହୁତ ହୋଇ ଜଙ୍ଗଲରେ ନିଆଁ ଜଳିବା ଫଳରେ ବନ୍ୟଯନ୍ତୁ ଙ୍କ ଜୀବନ ଏବେ ସଂକଟରେ ପଡିଯାଇଛି।ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବନ୍ୟଯନ୍ତୁ ସବୁ ଏଣେତେଣେ ଦୌଡୁଛନ୍ତି । ମାଙ୍କଡ଼ଚୁଆ ଜଙ୍ଗଲରେ ହାତୀ ମାନଙ୍କ ସହିତ ହରିଣ,ବାରାହା, କୁଟୁରା,ସମ୍ବର,ଝିଙ୍କ ଆଦି ଜୀବଯନ୍ତୁ ବହୁସଂଖ୍ୟାରେ ରହୁଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି ।ସରକାର ନୂତନ ଜଙ୍ଗଲ ସୃଷ୍ଟି ସହ ବନ୍ୟଯନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦିଗରେ ବନବିଭାଗ ନିରବଦ୍ରଷ୍ଟା ସାଜିବା ଅଞ୍ଚଳ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିବା ପାଇଁ ଖୋରାକ ଯୋଗାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking