ଢେଙ୍କାନାଳ : ତୈଳ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରଜ୍ୟଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୟଦ୍ ୟାସିର ନୱାଜଙ୍କ ଅବାହନ କ୍ରମେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ ମିଳିତ ଭାବେ ସ୍ଥାନୀୟ କଂଗ୍ରେସ ଭବନ ଗାନ୍ଧିମନ୍ଦିରଠାରୁ ଶୋଭାଯାତ୍ରା ବାହାରି ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କର୍ମୀମାନେ ସହରର ପ୍ରମୁଖ ୫ ଟି ପେଟ୍ରୋଲ ପମ୍ପ ସମୁଖରେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ନାରା ବାଜି କରିବା ସହିତ ତୈଳ ଦର ହ୍ରାସ କରିବା ନିମନ୍ତେ ଦାବୀ ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସୁଦୀପ ସାମଲଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲାର ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।