33.1 C
Bhubaneswar
Tuesday, April 30, 2024
Homeଖେଳନର୍ଥ ଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ୧-୦ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇଲା

ନର୍ଥ ଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ୧-୦ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇଲା

ଗୋଆ : ଚଳିତ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ଶନିବାର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଛି । ଏଥିରେ ନର୍ଥ ଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ୧-୦ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରି ୩ ପଏଣ୍ଟ୍ ହାସଲ କରିଛି । ମ୍ୟାଚ୍‌ରେ ସ୍କୋର୍ ହୋଇଥିବା ଏକମାତ୍ର ଗୋଲ୍‌ଟି ପେନାଲ୍‌ଟି କିକ୍‌ରୁ ଆସିଥିଲା । ୪୯ତମ ମିନିଟ୍‌ରେ ଏହି ଗୋଲ୍‌ଟି ଘାନା ଫୁଟବଲର୍ କ୍ୱେସି ଆପିଆ ଦେଇଥିଲେ । ମ୍ୟାଚ୍‌ର ୪୩ତମ ମିନିଟ୍‌ରେ ମୁମ୍ବାଇ ଟିମ୍‌ର ମରକ୍କୋ ଖେଳାଳି ଅହମ୍ମଦ ଜାହୋଙ୍କୁ ରେଫରି ଫାଉଲ୍ ପାଇଁ ରେଡ୍ କାର୍ଡ ଦେଖାଇଥିଲେ । ସେ ନର୍ଥଇଷ୍ଟ୍ ଖେଳାଳି ଖାସା କାମରାଙ୍କୁ ତଳେ ପକାଇଦେଇଥିବାରୁ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା । ଫଳସ୍ୱରୂପ ମୁମ୍ବାଇ ଟିମ୍ ୧୦ ଜଣ ଖେଳାଳିଙ୍କ ସହ ଖେଳିବାକୁ ବାଧ୍ୟ ହୋଇଥିଲା । ଏହି ୪୫ ମିନିଟ୍‌ର ଖେଳରେ ମୁମ୍ବାଇ ଖେଳାଳିମାନେ ୩୦୬ଟି ପାସ୍ ଦେଇଥିଲେ । ତେବେ ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ମାତ୍ର ଦୁଇ ମିନିଟ୍ ପରେ ନର୍ଥଇଷ୍ଟ୍ ଖେଳାଳି ଅଷ୍ଟ୍ରେଲୀୟ ଡିଫେଣ୍ଡର୍ ଡାଏଲନ୍ ଫକ୍ସ ସର୍କଲ୍ ଭିତରେ ହେଡର୍ ମାଧ୍ୟମରେ ଏକ ଶଟ୍ ମାରିଥିବା ବେଳେ ତାହା ମୁମ୍ବାଇ ସିଟି ମିଡଫିଲ୍‌ଡର୍ ରାଓଲିନ୍ ବୋର୍ଜେସଙ୍କ ବାମ ହାତରେ ବାଜିଥିଲା । ଫଳରେ ରେଫରି ନର୍ଥଇଷ୍ଟ୍ ଟିମ୍‌କୁ ପେନାଲଟି କିକ୍ ଦେଇଥିଲେ । ଆପିଆ ଏଥିରୁ ଗୋଲ୍ ଦେଇ ନର୍ଥଇଷ୍ଟ୍‌କୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ । କୋଚ୍ ସର୍ଜିୟୋ ଲୋବେରୋଙ୍କ ମୁମ୍ବାଇ ସିଟି ଟିମ୍ ୫୮ତମ ମିନିଟ୍‌ରେ ଓ ପରବର୍ତ୍ତୀ ମିନିଟ୍‌ରେ ନର୍ଥଇଷ୍ଟ୍ ବଦଳ ଖେଳାଳି ଆଣିଥିଲେ । ମୁମ୍ବାଇ ପାଖରେ ୬୬ତମ ମିନିଟ୍‌ରେ ସ୍ଥିତିକୁ ବରାବର କରିବାର ସୁଯୋଗ ରହିଥିଲା । କିନ୍ତୁ ଡିଫେଣ୍ଡର୍ ସାର୍ଥକ ଗୋଲୁଇଙ୍କ ହେଡର୍ ଗୋଲ୍ ପୋଷ୍ଟ୍ ଉପର ଦେଇ ଚାଲିଯାଇଥିଲା । ୮୧ତମ ମିନିଟ୍‌ରେ ମଧ୍ୟ ମୁମ୍ବାଇକୁ ଏକ କର୍ଣ୍ଣର୍ ମିଳିଥିଲା । କିନ୍ତୁ ଏହାକୁ ବୋଉମସ୍ ମିସ୍ କରିଥିଲେ । ଏହାର ତିନି ମିନିଟ୍ ପରେ ନର୍ଥଇଷ୍ଟ୍ ଖେଳାଳି ଆଶୁତୋଷ ମେହତାଙ୍କୁ ୟେଲୋ କାର୍ଡ ଦିଆଯାଇଥିଲା । ଏହି ସମୟରେ ମୁମ୍ବାଇର ଫାରୁଖ୍ ସର୍କଲ୍ ମଧ୍ୟରେ ଏକ ଭଲ ଶଟ୍ ମାରିଥିଲେ । କିନ୍ତୁ ସେ ନର୍ଥଇଷ୍ଟ୍ ରକ୍ଷଣପନ୍ଥୀ ଖେଳାଳିଙ୍କୁ ମାତ୍ ଦେଇପାରି ନ ଥିଲେ । ଅନ୍ତିମ ମିନିଟ୍‌ରେ ଗୋଲ୍ ଦେବାକୁ ମୁମ୍ବାଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ନର୍ଥଇଷ୍ଟ୍ ବିଜୟ ସହ ସପ୍ତମ ସିଜନ୍ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking