ଭୁବନେଶ୍ୱର:ଏ ମାସରେ ଖୋଲିବ ସ୍କୁଲ୍ । ନଭେମ୍ବର ମାସରେ ସ୍କୁଲ୍ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କିନ୍ତୁ ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ପ୍ରସ୍ତୁତ ନହେଲେ ଅନ୍ଲାଇନ୍ ମାଧ୍ୟମରେ କ୍କ୍।ସ୍ ହେବ ।ଏ ନେଇ ଜିଲ୍ଲାପାଳ ଓ ଡ଼ିଇଓଙ୍କ ସହ ଆଲୋଚନା କରାଯିବ । ନବମରୁ ଦ୍ୱାଦଶ ଯାଏଁ ଛାତ୍ରଛାତ୍ରୀ ମାନଙ୍କ କ୍ଲାସ ହେବ ।କୋରନା ପାଇଁ ୩୦ ପ୍ରତିଶତ ସିଲାବସ୍ କମିଛି ତେଣୁ ଆଉ କମିବନି ବୋଲି ସୂଚନା ଦିଆଯାଇଛି । ବାକି ୭୦ ପ୍ରତିଶତ ସିଲାବସ୍ ପାଇଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବ ।