ଜୟପୁ୍ର : କୋରାପୁଟ ଜିଲ୍ଲା ଜୟପୁ୍ର ସହର ରୋ ବିକ୍ରମ୍ ଦେବ ଦୈନିକ ବଜାରରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ଏ.ଟି.ଏମ୍ କୋଠରି ନିର୍ମାଣ ପାଇଁ ନଡିଆ ଭାଙ୍ଗି ଶୁଭ ଦିଆଗଲା । ଏହି ଏ.ଟି.ଏମ୍. କୋଠରି ନିର୍ମାଣ ହେଲେ ଦୂର ଦୂରାନ୍ତ ରୁ ଆସୁଥିବା ଗ୍ରାହକ ମାନେ ବହୁଳ ଭାବରେ ଉପକୃତ ହେବେ । ଏହା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାହିନୀପତି ଦୈନିକ ବଜାର ପରିଦର୍ଶନ କରି ହନୁମାନ୍ ବିଗ୍ରହ ପାଖରେ ବିଧାୟକ ପାଣ୍ଠି ଦ୍ୱାରା ବଡ଼ ହାଇମେକ୍ସ ଲାଇଟ୍ ଲଗେଇବା ପାଇଁ କନିଷ୍ଠ ଯନ୍ତ୍ରିକୁ କହିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ପରିଦର୍ଶନ କରିବା ସମୟରେ ଦୈନିକ ବଜାରକୁ ଆଧୁନିକ କରଣ କରାଯିବା ପାଇଁ ପ୍ରତିସୃତି ଦେଇଛନ୍ତି ଯେଉଁ ଠାରେ ଅତି ଆଧୁନିକ କୋଠରି, ଅତି ଆଧୁନିକ ଯାନବାହାନ ରଖିବା ସ୍ଥଳ , ଆଧୁନିକ ଶୌଚାଳୟ ଏବଂ ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି । ଏଠାରେ ବିକ୍ରମ ଦେବ ଦୈନଦିନ ବଜାରର ସଭାପତି ନରି ବେହେରା, ଉପ ସଭାପତି, ପି.ବାଲଜି, କେରେଲା ରାମ ବାବୁ, ଜ୍ୟୋତିରଞ୍ଜନ ମହାପାତ୍ର , କୋରାପୁଟ ଜିଲ୍ଲା କଂଗ୍ରେସ ସମାଜିକ ଗଣମାଧ୍ୟମ ସଂଯୋଜକ ଏ.ରମେଶ ରାଓ , କନିଷ୍ଠ ଯନ୍ତ୍ରି ଜାନୀ ଓ ସାହାଜ୍ୟକାରୀ ଯନ୍ତ୍ରି ପ୍ରନୁଖଃ ଉପସ୍ଥିତ ଥିଲେ ।