40.1 C
Bhubaneswar
Tuesday, April 30, 2024
Homeଓଡିଶାଭୁବନେଶ୍ୱରରେ ୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱରରେ ୪ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ କରୋନା ପଜେଟିଭ ବାହାରିନଥିବା ବେଳେ ଆଜି ପୁଣି ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳିଙ୍ଗ ବିହାର ଅଂଚଳରେ ଜଣେ ପଜେଟିଭ ବାହାରିଥିବା ସୂଚନା ମିଳିଛି । ଜଣଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ରହିଥିବା ବେଳେ ଅନ୍ୟ ୩ ସଂକ୍ରମିତ ଲୋକାଲ କେସ ବୋଲି ଜଣାପଡିଛି । ଏମସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ । ସେହିଭଳି ଆଇଗିଣିଆ ଓ ଡୁମୁଡୁମାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ଅଂଚଳର ଆକ୍ରାନ୍ତ ଜଣକ କଳିଙ୍ଗ ବିହାରରୁ ବାହାରିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଅନ୍ୟଜଣେ ସଂକ୍ରମିତ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି କହିଛି । ତେବେ ବର୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ପଡୋଶୀ କ୍ୱାରେଣ୍ଟାଇନରେ ରହିବେ । ଅନ୍ୟପଟେ ରାଜଧାନୀରୁ ପୁଣି ପଜେଟିଭ ବାହାରିବା ନେଇ ଏବେ ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

https://onakhabar.com/2020/06/04/90-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking