32.1 C
Bhubaneswar
Thursday, March 28, 2024
HomeUncategorizedଏସ ୟୁ ସି.ଆଇ ପକ୍ଷରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ବଂଟନ

ଏସ ୟୁ ସି.ଆଇ ପକ୍ଷରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ବଂଟନ

ଯାଜପୁର : ଏସ ୟୁ ସି.ଆଇ  ପକ୍ଷରୁ ଟ୍ରେନ୍ ରେ ଆସୁଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଖାଦ୍ୟ ପଦାର୍ଥ ମାକ୍ସ ଓ ଅନ୍ୟାନ୍ୟ ଉପକରଣ , ବିଭିନ୍ନ କ୍ୱାରେଂଟାଇନ ସେଂଟରକୁ ଯାଉଥିବା ପ୍ରବାସ ମାନଙ୍କୁ ସେମାନଙ୍କ ବସଗୁଡିକରେ ବାଂଟିଛନ୍ତି । ଅନ୍ୟ ପକ୍ଷରେ କରୋନା ମହାମାରୀରରେ ସାଧାରଣ ଚାଷୀ , ବ୍ୟବସାୟୀ, ଅଟୋଚାଳକ ଓ ସାଧାରଣ ଲୋକଙ୍କର ଜୀବନ ଜୀବିକା ଉପରେ କରୋନା ପ୍ରଭାବ ଓ କ୍ୱାରେଂଟାଇନର ପ୍ରଭାବ ପଡିଛି । ବିଶେଷକରି ପରିବା ଫଳ ବେପାରୀ , ନିର୍ମାଣ ଶ୍ରମିକ, ଓ କୃଷି ଶ୍ରମିକ ଓ ଅନ୍ୟ ବୃତ୍ତଧାରୀ ମାନେ ଲକଡାଉନ ପ୍ରଭାବରେ କାର୍ଯ୍ୟ ନପାଇ ଭୋକିଲା ରହୁଛନ୍ତି । ସରକାର ୫କିଲୋ ଚାଉଳ ୧କିଲୋ ଡାଲି ପ୍ରଦାନ କରିବା , ସେମାନଙ୍କ ପ୍ରତି ଉପହାସ ବୋଲି ଏସ ୟୁ ସି.ଆଇଦଳ ପକ୍ଷରୁ କୁହାଯାଉଛି ।ରାଜ୍ୟ ଓ କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କୁ ଟିକସ ଛାଡ କରିବା ଓ ବିଭିନ୍ନ ପ୍ୟାକେଜ ଘୋଷଣା କରୁଥିବା ବେଳେ ସାଧାରଣ ବର୍ଗଙ୍କ ପ୍ରତି ପ୍ରୋତ୍ସାହନ ରାଶି କେବଳ କାଗଜ କଲମରେ ସୀମିତ ରହୁଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହିତ କୁଶଳୀ -ପଙ୍ଗପାଳ କୁ ଚିନ୍ତାରେ କଳାହାଣ୍ଡି ର ଚାଷୀ, ପ୍ରଶାସନ ଆଗତୁରା ପଦକ୍ଷେପ ଗ୍ରହଣ କରିବାକୁ ଦାବି।
ଭବାନୀପାଟଣା -ମାଡି ଆସୁଛି ଉଡ଼ନ୍ତା ଆତଙ୍କ, କେଉଁଠି ଘଣ୍ଟାକୁ ଦେଢ଼ଶହ କିମି ତୋ କେଉଁଠି ତିନିଶହ କିମି ବେଗରେ ପଶିଆସୁଛି ବିପଦ।କିଛି ଚିନ୍ତା କରିବା ପୂର୍ବରୁ ଖାଇଯାଉଛି ହଜାର ହଜାର ହେକ୍ଟର ଚାଷ।ପାକିସ୍ତାନରେ ଖାଦ୍ୟ ଅଭାଗ ନେଇ ଭାରତ କୁ ଚାଲି ଆସିଥିବା ପଙ୍ଗପାଳ ଆଠଟି ରାଜ୍ୟରେ ନିଜର ନିଜର କାରନାମା ଦେଖାଇସାରିଲେଣି।ଭାରତର ପଞ୍ଜାବ,ଗୁଜୁରାଟ, ରାଜସ୍ଥାନ,ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆନା,ମଧ୍ୟପ୍ରେଦେଶ ଓ କର୍ଣ୍ଣାଟକ ରେ ପହଂଚିସରିଛନ୍ତି ଏହି ଆତଙ୍କିବାଦୀ କୀଟ।ଗଲା ବେଳେ ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଉଛନ୍ତି।ଜାତିସଂଘର ଖାଦ୍ୟ ଓ କୃଷି ସସ୍ଥା ଫାଓ ର ଆକଳନ କହୁଛି ବର୍ତ୍ତମାନ ପଶ୍ଚିମ ପବନ ବହୁଥିବାରୁ ସପ୍ତାହ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡିଶା ପଶିପାରନ୍ତି।ବର୍ତ୍ତମାନ ମଧପ୍ରେଦେଶ ପରେ ଛତିଶଗଡ଼ ଦେଇ ଓଡିଶା ପଶିଆସିବାର ବି ଆଶଙ୍କା ଦେଖାଦେଇଛି।ଯାହାଫଳରେ ଛତିଶଗଡ଼ କୁ ଲାଗି ରହିଥିବା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଚାଷୀ ଏବେ ଆତଙ୍କିତ।ଅଦିନିଆ ବର୍ଷା ଯୋଗୁଁ ଗୋଟେପଟେ ଚାଷୀଙ୍କ ହଜାର ହଜାର କ୍ୟୁଣ୍ଟାଲ ଧାନ ପାଣିରେ ଭିଜୁଥିବା ବେଳେ ଅନ୍ୟପଟେ ପଙ୍ଗପାଳ ର ପଦଧ୍ଵନି।ଏ ନେଇ ଛତିଶଗଡ଼ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାରେ ଚାଲିଛି ପ୍ରସ୍ତୁତି।ପଙ୍ଗପାଳ ଦମନ ର ନିର୍ଦ୍ଦିଷ୍ଟ କିଛି ଔଷଧ ବହାରିନଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ଲକଡାଉନ ଓ ଅଦିନିଆ ବର୍ଷା ଭଳି ଅନେକ ଉପଦ୍ରବ ରେ କ୍ଷତିଗ୍ରସ୍ତ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ପଙ୍ଗପାଳ ନିଦ ହଜେଇ ଦେଇଛି।ଓ ଅଣକୁଶଳୀ କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ଆିନଜୀବୀ ସୁଧାଶୁ ଦାସଙ୍କ ନେତୃତ୍ୱରେ ଏହି ୨୦ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । କେଦାର ନାଥ ସାହୁ , ନୃସଂହ ମହନ୍ତ , ନିରୁପମା ବେହେରା, ମହେଶ୍ୱର ପୃଷ୍ଠି, ସନ୍ତୋଷ ସାହୁ , ବିଜୟାନନ୍ଦ ମଲ୍ଲିକ, ମେଘନାଦ ମଲ୍ଲ୍‌ିକ , ହୃଷିକେଶ ସିଂହ ପ୍ରମୁଖ ବହୁ ସୁକିନ୍ଦା କୋରାଇର ଏସ ୟୁ ସି.ଆଇ କମ୍ମୀମାନେ ସାମାଜିକ ଦୁରତା ରକ୍ଷା କରି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking