ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ପ୍ରକୋପ ଦିନକୁ ଦିନ ବଢ଼ିଚାଲିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶରେ ୨୯୪ଟି କରୋନା ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଏହି ସଂଖ୍ୟା ରାତି ୧୦ଟା ସୁଦ୍ଧା ୩୨୪ରେ ପହଞ୍ଚିଛି। ଦେଶବାସୀ ଡାକ୍ତର ଏବଂ କର୍ତ୍ତୃପକ୍ଷଙ୍କ ପରାମର୍ଶ ମାନି ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରିଛନ୍ତି। ଆଜି ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବାରୁ ଏଥିପାଇଁ ମଧ୍ୟ ଜନସାଧାରଣ ପ୍ରସ୍ତୁତ ଅଛନ୍ତି। ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଜନତା କର୍ଫ୍ୟୁର ପୁନରାବୃତ୍ତି ହେବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ଲୋକମାନେ ଅତ୍ୟନ୍ତ ଜରୁରି ନଥିଲେ ଘରୁ ନବାହାରିବା ଲାଗି କୁହାଯାଇଛି।
https://onakhabar.com/2020/03/22/gangrape/