34.1 C
Bhubaneswar
Friday, March 29, 2024
Homeକରୋନାଡରିବାନି ଏକାଠି ଲଢିବା : ପ୍ରଧାନମନ୍ତ୍ରୀ

ଡରିବାନି ଏକାଠି ଲଢିବା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ବଢିବାକୁ ଲାଗିିଛି । ତେବେ କରୋନା ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଯଥା ଗୁଜବକୁ ବିଶ୍ବାସ କରନ୍ତୁନି। କରୋନାକୁ ନ ଡରି ଏହା ବିରୋଧରେ ପୂରା ଦେଶ ଲଢିବାକୁ ପ୍ରସ୍ତୁତ ରହିଛି। ସାମାଜିକ ଦୂରତ୍ବ ବଜାୟ ରଖିବା, ନିଜ ନିଜ ଘରେ ସୁରକ୍ଷିତ ରହିବା ସହିତ କରୋନା ମୁକାବିଲା ଦିଗରେ ଉଦ୍ୟମ କରୁଥିବା ଡାକ୍ତର, ନର୍ସ ଓ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଆଜି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁର ଆହ୍ବାନ ଦିଆଯାଇଛି। ଏହାକୁ ସମର୍ଥନ କରି ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏଭଳି ପଦକ୍ଷେପ ଓ ଜନସାଧାରଣଙ୍କ ସହଯୋଗ ହିଁ ଏହି ଯୁଦ୍ଧରେ ଭାରତକୁ ଜିତାଇବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking