34.1 C
Bhubaneswar
Wednesday, May 1, 2024
Homeଅପରାଧନବଜାତ ଶିଶୁ ସହ ମା କରିଥିଲେ ଏପରି କାମ ଯାହାର ଖୁଲାସା କଲା ସିସିଟିଭି ..

ନବଜାତ ଶିଶୁ ସହ ମା କରିଥିଲେ ଏପରି କାମ ଯାହାର ଖୁଲାସା କଲା ସିସିଟିଭି ..

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଉଜ୍ଜେନ ଜିଲ୍ଲା ହସ୍ପିଟାଲ୍ ରେ ମା ନିଜ ନବଜାତ ପୁଅ କୁ ଜନ୍ମର ୧୨ ଘଣ୍ଟା ପରେ ହସ୍ପିଟାଲ୍ ରେ ଛାଡି ଚାଲିଯାଇଥିଲେ । କିଛି ସମୟ ପରେ ପିଲାଟିର କାନ୍ଦିବା ଶବ୍ଦ ଶୁଣି ହସ୍ପିଟାଲ୍ ରେ କେତେ ନର୍ସ ପିଲାଟିକୁ ପାଖରେ ରଖିଥିଲେ ଓ ପିଲାଟିର ମା କୁ ଖୋଜିବା ଆରମ୍ଭ କରିଦେଇଥିଲେ ।ତେବେ କଣ ପାଇଁ ଛୁଆକୁ ଛାଡ଼ି ଯାଇଥିଲେ ଓ କୁଆଡେ ଯାଇଥିଲେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଚିନ୍ତାରେ ଥିବା ବେଳେ ହସ୍ପିଟାଲ ରେ ଲାଗିଥିବା ସିସିଟିଭି କୁ ଆଧାର କରି ଏବେ ପିଲାଟିର ମା କୁ ଖୋଜି ତାକୁ ତା ମାଆକୁ ଦିଆଯାଇଛି ।
ମଙ୍ଗଳବାର ଭୋର ପ୍ରାୟ ୫ .୩୦ ରେ ସେ ହସ୍ପିଟାଲ ରୁ ବାହାରି ଯାଇଥିଲେ ଓ ପିଲାଟିକୁ ହସ୍ପିଟାଲ ର ପରିସର ରେ ଛାଡ଼ି ଦେଇଥିଲେ । ଘଟଣା ସମ୍ପର୍କରେ ଜଣାଯିବା ପରେ ହସ୍ପିଟାଲ୍ ରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା । ତାପରେ ପୋଲିସ ସିସିଟିଭି କୁ ଆଧାର କରି ପିଲାଟିର ମା ପାଖରେ ପହଞ୍ଚିଥିଲେ ।ଏପରି ନିଜ ଛୁଆକୁ ଛାଡ଼ି ପଳେଇବାର କାରଣ ପଚାରିବାରୁ ପିଲାର ମା କହିଥିଲେ କି ତାଙ୍କର ଆଗରୁ ୬ ଟି ପିଲା ଅଛି,ଏହା ହେଉଛି ତାଙ୍କର ସପ୍ତମ ଛୁଆ ଏବେ ସେ ଏ ପିଲାକୁ ରଖିବାକୁ ସକ୍ଷମ ନୁହନ୍ତି ତେଣୁ ସେ ପିଲାଟିକୁ ଛାଡ଼ି ଚାଲି ଯାଇଥିଲେ ।ଆର୍ଥୀକ ଅବସ୍ଥା ସୃଦୃଢ଼ ନଥିବାରୁ ସେ ଏପରି କାମ କରିଥିବା ଜଣାଇଥିଲେ। ଏହି ମାମଲାର ଯାଞ୍ଚ୍ କରୁଥିବା ପୋଲିସ ଅଧିକାରୀ ଜୀତେନ୍ଦ୍ର ଭାସ୍କର କହିଛନ୍ତି କି, ଏବେ ପିଲାଟିକୁ ତା ମାଆ ପାଖରେ ଛାଡିଦିଆଯାଇଛି ଓ ହସ୍ପିଟାଲ୍ ତରଫରୁ ପିଲାଟିର ନା ପ୍ରିନ୍ସ ରଖାଯାଇଛି ।ଏବେ ଛୁଆଟି ମା ପାଖେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking