32.1 C
Bhubaneswar
Monday, April 29, 2024
Homeଓଡିଶାକୁକୁଡ଼ା ବିକ୍ରିକୁ କେନ୍ଦ୍ର କରି ବାପା ପୁଅ ମଧ୍ୟରେ ଝଗଡ଼ା : ଘରୁ ମିଳିଲା ବାପାଙ୍କ...

କୁକୁଡ଼ା ବିକ୍ରିକୁ କେନ୍ଦ୍ର କରି ବାପା ପୁଅ ମଧ୍ୟରେ ଝଗଡ଼ା : ଘରୁ ମିଳିଲା ବାପାଙ୍କ ଝୁଲନ୍ତା ମୃତ ଦେହ

ବଡ଼ସାହି : କୁକୁଡ଼ା ବିକ୍ରିକୁ କେନ୍ଦ୍ର କରି ବାପା ପୁଅ ମଧ୍ୟରେ ଝଗଡ଼ା । ପରେ ଘର ଭିତରୁ ମିଳିଲା ବାପାଙ୍କ ଝୁଲନ୍ତା ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି,  ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ । ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରିଛି। ମୃତକ ନାମ ବୈଦ୍ୟନାଥ ବିନ୍ଧାଣୀ(୬୦)।
ସୂଚନା ଅନୁଯାୟୀ, ଗୁରୁବାର ଘରେ ଥିବା କୁକୁଡାକୁ ପୁଅ ବିକ୍ରି କରିଦେବାରୁ ବାପ ପୁଅ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଯାହାକୁ କେନ୍ଦ୍ର କରି ପୁଅ ଘରୁ ବାହରି ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ଘର ଭିତରେ ଥିବା ଓରାରେ ବୈଦ୍ୟନାଥଙ୍କ ମର ଶରୀର ବେକରେ ଗାମୁଛା ଲାଗି ଝୁଲୁଥିବା ଅବସ୍ଥାରେ ପଡିଶା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମରେ ଆଲୋଚନା ହେଉଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଫିସର ଏସଆଇ ମଞ୍ଜୁଲତା ଧଡା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking