ନୀଳଗିର : ନୀଳଗିରି ସଜନାଗଡ଼ସ୍ଥିତ ମା’ ଚଣ୍ଡୀ ମନ୍ଦିରରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି । ତେବେ ଜାଲ୍ ପ୍ରମାଣପତ୍ରରେ ବିବାହ ହେଉଥିବା ଦର୍ଶାଇ ଝିଅର ପରବାର ଲୋକେ ମୁଖ୍ୟ ପୂଜକଙ୍କୁ ବିବାହ ନକରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁସାରେ ସଦର ଥାନା ଅଧୀନ ରସାଳପୁର-ଭୀମପୁର ଗ୍ରାମର ଝିଅ ରସାଳପୁର କଲେଜର ଛାତ୍ରୀ । ତେବେ ଗତ ୩ରେ ବାଲିଆ-ସମଲପୁର ଅଞ୍ଚଳର ଜୟନ୍ତ ସିଂହ କଲେଜରୁ ଅପହରଣ କରି ନେଇଥିବା ଝିଅଘର ସଦର ଥାନାରେ ଅଭିଯୋଗ କରିଥିଲେ । ବୁଧବାର ପୁଅ-ଝିଅ ସଜନାଗଡ଼ ଚଣ୍ଡୀ ମନ୍ଦିରରେ ବିବାହ କରିଥିବା ବେଳେ ଝିଅର ବୟସକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପରିବାର ଲୋକେ ଝିଅର ବୟସ ହୋଇନାହିଁ, ତେଣୁ ବାହାଘର ବନ୍ଦ କରିବାକୁ ପୂଜକଙ୍କୁ ନେହୁରା ହୋଇଥିବାବେଳେ ଝିଅର ଆଧାର କାର୍ଡ ଓ ପୁଅ ନିଜର ପାନକାର୍ଡ ପ୍ରଦାନ କରିଥିବା ପୂଜକ ସୂଚନା ଦେଇଛନ୍ତି । କିନ୍ତୁ ପ୍ରକୃତରେ ଝିଅ ୧୮ ବର୍ଷ ହୋଇନଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି ।