40.1 C
Bhubaneswar
Tuesday, April 30, 2024
Homeଅପରାଧପୁଣି ଖାକିରେ କଳଙ୍କ : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଅଟକ

ପୁଣି ଖାକିରେ କଳଙ୍କ : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଅଟକ

ପୁରୀ : ପୁଣି ଖାକିରେ ଲାଗିଲା କଳଙ୍କର ଛିଟା। ପୁରୀରେ ନାବାଳିକାକୁ ନିଲମ୍ବିତ ପୁଲିସ କନେଷ୍ଟବଳଙ୍କ ଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁଣି ଏଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କୁ ବଳଙ୍ଗା ଥାନା ଏଏସ୍‌ଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏକ ବିବାଦ ସମାଧାନ କରାଇବା ଦେବାର ପ୍ରତିଶ୍ରୁତି ଦେଇ ପୁରୀ ଜିଲ୍ଲୀ ବଳଙ୍ଗା ଥାନା ଏଏସ୍ଆଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ଏନେଇ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିବା ପରେ ପୁଲିସ୍ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଅଟକ ରଖି ଚରାଉଚରା କରୁଛି।
ସୂଚନା ଅନୁଯାୟୀ, ପ୍ରାୟ ଛଅ ମାସ ପୂର୍ବେ ତାଙ୍କ ସ୍ବାମୀ ଏକ ଅଟୋ ଆଣିଥିଲେ। ମାତ୍ର ଏହି ଅଟୋକୁ ସରିତାଙ୍କ ଶ୍ବଶୁର ଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଥାନାର ଏଏସ୍‌ଆଇ ଚିତ୍ତରଂଜନ ଦାସ ପୀଡ଼ିତାଙ୍କୁ ଡକାଇଥିଲେ ମଧ୍ୟ ସେତେବେଳେ ସେ ଯାଇ ପାରିନଥିଲେ। ଏହାର କିଛି ଦିନ ପରେ ଫୋନ୍‌ରେ ଚିତ୍ତରଞ୍ଜନ ଅଟୋ ପୋଡ଼ି ମାମଲାରେ ଶ୍ବଶୁର ଆସିବେ, ତୁମେ ଶୀଘ୍ର ଆସ ବୋଲି କହି ପୀଡିତାଙ୍କୁ ଥାନାକୁ ଡକାଇଥିଲେ। ଥାନା ବାବୁଙ୍କ ଡାକରା ପାଇ ପୀଡ଼ିତା ପହଞ୍ଚିଥିଲେ। ତେବେ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶ୍ବଶୁର ଆସି ନଥିଲେ। ଏହି ସମୟରେ ଚିତ୍ତରଂଜନ କାଗଜପତ୍ର ଦେଖିବା ବାହାନାରେ ସରିତାଙ୍କୁ ନିଜ ରୁମ୍‌କୁ ଡାକି ନେଇ ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି କହିଲେ ମିଛ କେସ୍‌ରେ ବାନ୍ଧି ଜେଲ ପଠାଇଦେବେ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏଏସଆଇ ବାରମ୍ୱାର ଫୋନ୍ କରି ଅଶ୍ଲୀଳ ଗାଳି ଦେବା ସହିତ କ୍ୱାର୍ଟର୍ସକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ଯେଉଁଥିପାଇଁ ମହିଳାଜଣକ ମାନସିକ ଭାବେ ଭାଙ୍ଗି ପଡ଼ି ଏନେଇ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ଘଟଣାରେ ଚିତ୍ତରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking