31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆଇପିଏଲ୍‌ ଖେଳାଳି ନିଲାମ ପାଇଁ ୯୯୧ କ୍ରିକେଟର ପଞ୍ଜିକୃତ

ଆଇପିଏଲ୍‌ ଖେଳାଳି ନିଲାମ ପାଇଁ ୯୯୧ କ୍ରିକେଟର ପଞ୍ଜିକୃତ

ନୂଆଦିଲ୍ଲୀ: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଆସନ୍ତା ୨୩ରେ କୋଚିରେ ଅନୁଷ୍ଠିତ ହେବ। ଏହି ନିଲାମ ନିମନ୍ତେ ମୋଟ୍‌ ୯୯୧ଜଣ କ୍ରିକେଟର୍‌ ନିଜ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ନାମ ପଞ୍ଜୀକରଣ ନିମନ୍ତେ ନଭେମ୍ବର ୩୦ ଶେଷ ତାରିଖ ରହିଥିଲା। ୯୯୧ ଜଣ କ୍ରିକେଟର୍‌ଙ୍କ ମଧ୍ୟରେ ୭୧୪ଜଣ ଭାରତୀୟ ଓ ୨୭୭ଜଣ ବିଦେଶୀ ରହିଛନ୍ତି। ଆଇପିଏଲ୍‌ରେ ସାମିଲ ୧୦ଟି ଫ୍ରାଞ୍ଚାଇଜ୍‌ ସେମାନଙ୍କ ମଧ୍ୟରୁ ୮୭ଜଣଙ୍କୁ ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରିବେ। ପଞ୍ଜିକୃତ କ୍ରିକେଟର୍‌ଙ୍କ ମଧ୍ୟରେ ୧୮୫ଜଣ ନିଜ ଦେଶ ପାଇଁ ଖେଳିବା ବେଳେ ୨୦ଜଣ ସହଯୋଗୀ ଦେଶର ଖେଳାଳି ରହିଛନ୍ତି।

ଭାରତ ବ୍ୟତୀତ ଆଫଗାନିସ୍ତାନର ୧୪, ଅଷ୍ଟ୍ରେଲିଆର ୫୭, ବାଂଲାଦେଶର ୬, ଇଂଲଣ୍ଡର ୩୧, ନ୍ୟୁଜିଲାଣ୍ଡର ୨୭, ଦକ୍ଷିଣ ଆଫ୍ରିକାର ୫୨, ଶ୍ରୀଲଙ୍କାର ୨୩, ୱେଷ୍ଟଇଣ୍ଡିଜ୍‌ର ୩୩ ଓ ଜିମ୍ବାୱେର ୬ଜଣ କ୍ରିକେଟର୍‌ ଏହି ଖେଳାଳି ନିଲାମରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking