39.1 C
Bhubaneswar
Wednesday, April 24, 2024
Homeଓଡିଶାଡକାୟତ ଯୋଜନା ପଣ୍ଡ, ୯ ଗିରଫ

ଡକାୟତ ଯୋଜନା ପଣ୍ଡ, ୯ ଗିରଫ

ଗଞ୍ଜାମ : ଗୋସାଇଁନୂଆଗାଁ ଥାନା ଖଜୁରିଆ ଓଭର ବ୍ରିଜ ନିକଟରେ ଡକାୟତି ଉଦ୍ୟମକୁ ପଣ୍ଡ କରିଛି ପୁଲିସ । ଏହି ଘଟଣାରେ ଆଜି ୯ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଟାଇଗର ନୋନିୟା(୨୯), ଚୋଟୁ କୁମାର ନୋନିୟା(୨୦), ରାହୁଲ କୁମାର (୨୦), ଚନ୍ଦନ ନୋନିଆ(୨୨), ରାଜ କୁମାର ନୋନିୟା(୨୫), ରୋହନ କୁମାର ନୋନିୟା(୨୦), ବିଜୟ ଦାସ(୨୨), ଅନୁକ କୁମାର(୨୨) ଏବଂ ଭୁବନେଶ୍ୱରର ବାଲାକତୀର ସାଗିର ଖାନ(୫୭) । ଗୋସାଇଁ ନୂଆଗାଁ ଥାନା କେସ୍ ନଂ ୯୨/୨୧ରେ ଏକ ମାମଲା ରୁଜୁ କରି ଆଜି ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଅଫୁଟା ବୋମା ଓ ବନ୍ଧୁକ ଜବତ ହୋଇଛି ।

ଗତକାଲି ମଧ୍ୟରାତ୍ରିରେ ଜାତୀୟ ରାଜପଥ ନଂ ୧୬ ଖଜୁରିଆ ଓଭର ବ୍ରିଜ ନିକଟରେ ଆନ୍ତଃରାଜ୍ୟର ୯ ଜଣ ଲୁଟେରା ଡକାୟତି କରିବାକୁ ଯୋଜନା କରୁଥିଲେ । ସେହି ରାସ୍ତା ଦେଇ ଯାତାୟାତ କରିଥିବା ବିଭିନ୍ନ ଯାତ୍ରୀଙ୍କଠାରୁ ଲୁଟ୍ କରିବା ଏମାନଙ୍କ ଲକ୍ଷ୍ୟ ଥିଲା । ଖବର ପାଇ ଗୋସାଇଁନୂଆଗାଁ ଥାନାର ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ୯ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଏକତ୍ରିତ ହୋଇ ବିଭିନ୍ନ ମାରଣା ଅସ୍ତ୍ର ସହ ଡକାୟତ କରିବାକୁ ପ୍ରସ୍ତୁତି ହୋଇ ରହିଥିଲେ । ଏହି ସମୟରେ ଉକ୍ତ ଟିମ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସେମାନଙ୍କଠାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୨ଟି ମୋବାଇଲ୍ ସ୍ମାର୍ଟ ଫୋନ୍‌, ଗୋଟିଏ ଅଟୋରିକ୍ସା(ଓଡ଼ି୩୩ଡି-୪୮୮୫), ତିନୋଟି ଅଫୁଟା ବୋମା, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଖଣ୍ଡ ଓ ଲୁହା ରଡ୍ ଉଦ୍ଧାର କରିଥିଲେ । ସେମାନଙ୍କୁ ପଚାରଉଚରା ପରେ ତାଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ୪ଟି ମାମଲା, ଗୋସାଇଁନୂଆଗାଁ ଥାନା, ବଡ଼ ବଜାର ଥାନା ଓ ହିଞ୍ଜିଳିକାଟୁ ଥାନାରେ ୨ଟି ଲେଖାଏଁ ମାମଲା ଗତ ୧୭ ଓ ୧୮ ତାରିଖରେ ରୁଜୁ ହୋଇଥିବା ପୁଲିସ କହିଛି । ଅଭିଯୁକ୍ତମାନଙ୍କୁ କେସ୍ ନଂ ୯୨/୨୧ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking