40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସ୍ମୃତିଙ୍କ ବିରୋଧରେ ଅଶ୍ଲୀଳ ଫେସବୁକ୍ ପୋଷ୍ଟ : ଜେଲ୍ ଗଲେ ୟୁପି ପ୍ରଫେସର

ସ୍ମୃତିଙ୍କ ବିରୋଧରେ ଅଶ୍ଲୀଳ ଫେସବୁକ୍ ପୋଷ୍ଟ : ଜେଲ୍ ଗଲେ ୟୁପି ପ୍ରଫେସର

ଫିରୋଜାବାଦ:  କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଫେସବୁକ୍‌ରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ଜଣେ ପ୍ରଫେସରଙ୍କୁ ଜେଲ ଯିବାକୁ ପଡିଛି । ସ୍ଥାନୀୟ ଏସଆରକେ କଲେଜର ଇତିହାସ ବିଭାଗ ପ୍ରଫେସର ସାହାୟାର ଅଲ୍ଲୀ ଚଳିତବର୍ଷ ମାର୍ଚ୍ଚରେ ସ୍ମୃତିଙ୍କ ବିରୋଧରେ ଫେସବୁକ୍‌ରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହା ଜଣାପଡିବାପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବନ କରିଥିଲେ । ଚଳିତମାସ ପ୍ରାରମ୍ଭରେ ପ୍ରଫେସରଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ବୁଧବାର ଅଲ୍ଲୀ ସ୍ଥାନୀୟ ଅତିରିକ୍ତ ଫୌଜଦାରୀ ଅଦାଲତରେ ଆତ୍ମସମର୍ପଣ କରିଥିଲେ । ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking