27.1 C
Bhubaneswar
Wednesday, June 26, 2024
Homeଓଡିଶାବିଧାନସଭା ଜଗିବେ ୮ ପ୍ଲାଟୁନ୍

ବିଧାନସଭା ଜଗିବେ ୮ ପ୍ଲାଟୁନ୍

ଭୁବନେଶ୍ୱର : ମଙ୍ଗଳବାର ବସିବାକୁ ଯାଉଛି ପ୍ରଥମ ବିଧାନସଭା ଅଧିବେଶନ । ମଙ୍ଗଳବାରଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ବସିବ । ନୂଆ ସରକାର ଆସିବା ପରେ ନବନିର୍ବାଚିତ ବିଧାୟକମାନେ ଦୁଇଦିନ ଧରି ଶପଥ ଗ୍ରହଣ କରିବେ । ଏଥିସହ ନୂତନ ବାଚସ୍ପତି ପାଇଁ ମଧ୍ୟ ଏହି ଅଧିବେଶନରେ ନିର୍ବାଚିତ ହେବେ । ଏବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟପାଳଙ୍କ ଦ୍ବାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହା ପରେ ବିଜେପିର ବରିଷ୍ଠ ମହିଳା ବିଧାୟିକା ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହେବାର ସର୍ବାଧିକ ସମ୍ଭାବନା ରହିଛି । ଏନେଇ ବିଧାନସଭା ପରିସରରେ ପୋଲିସ ଡିଜି ସୁରକ୍ଷା ସମୀକ୍ଷା କରିଛନ୍ତି । ପୋଲିସ ଡିଜି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବିଧାନସଭା ପରିସର ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଓଡ଼ିଶା ସ୍ପଷ୍ଟ ନୁ୍ୟଜ  ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ୮ ପ୍ଲାଟୁନ ପୋଲିସ ଫୋର୍ସ ସହ ୭୫ଜଣ ଅଧିକାରୀ ସୁରକ୍ଷାରେ ନିୟୋଜିତ ରହିବେ । ପ୍ରଥମ ଦୁଇଦିନ ୧୮, ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ କାର୍ୟ୍ୟକ୍ରମ ରହିଛି । ୨୦ ତାରିଖରେ ନୂତନ ବାଚସ୍ପତି ନିର୍ବାଚନ ହେବ । ବିଧାନସଭାରେ ପ୍ରବେଶ ପାଇଁ କେବଳ ପାସଧାରୀମାନଙ୍କୁ ହିଁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking