34.1 C
Bhubaneswar
Thursday, April 25, 2024
Homeଓଡିଶାଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଗଲେ ଜନ୍ମଗତ ହୃଦରୋଗ ପିଡ଼ିତ ୮ ଶିଶୁ

ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଗଲେ ଜନ୍ମଗତ ହୃଦରୋଗ ପିଡ଼ିତ ୮ ଶିଶୁ

ସମ୍ବଲପୁର : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜନ୍ମଗତ ହୃଦରୋଗ ସମସ୍ୟାରେ ପିଡ଼ିତ ସମ୍ବଲପୁର ଜିଲ୍ଲାର ୮ ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହସ୍ପିଟାଲକୁ ପଠାଯାଇଛି । ଅହମ୍ମଦାବାଦ ଯାଇଥିବା ଶିଶୁମାନଙ୍କ ମଧ୍ୟରେ ମାନେଶ୍ୱର ବ୍ଲକର ୪ଜଣ, ରେଙ୍ଗାଲି ବ୍ଲକର ୨ ଜଣ ଏବଂ ନାକଟିଦେଉଳ ଓ ରେଢ଼ାଖୋଲ ବ୍ଲକର ଜଣେ ଲେଖାଏଁ ଶିଶୁ ରହିଛନ୍ତି । ଶିଶୁମାନଙ୍କ ସହ ସେମାନଙ୍କ ଅଭିଭାବକ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡା. ଜିଷ୍ଣୁ ପ୍ରସାଦ୍ ମହନ୍ତ ଏବଂ ଅନ୍ୟ ୨ କର୍ମଚାରୀ ଜନ୍ମେଜୟ ଲହରିଆଙ୍କୁ ମଧ୍ୟ ଯାଇଛନ୍ତି । ଗୁରୁବାର ଶିଶୁ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଏଠାକୁ ଅଣାଯାଇଥିବା ବେଳେ ସମ୍ବଲପୁର ସିଟି ରେଳଷ୍ଟେସନରୁ ସେମାନେ ଭୁବନେଶ୍ୱର ଓ ସେଠାରୁ ବିମାନ ଯୋଗେ ଅହମ୍ମଦାବାଦ ଅଭିମୁଖେ ଯାଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶଶିଭୂଷଣ ପଟେଲ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ, ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା ପରିଚାଳକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ଗୁରୁ କୁମାର ଭୋଇ ପ୍ରମୁଖ ଷ୍ଟେସନରେ ଉପସ୍ଥିତ ରହି ଆରୋଗ୍ୟ କାମନା ସହ ଶିଶୁମାନଙ୍କୁ ବିଦାୟ ଜଣାଇଥିଲେ । ଜନ୍ମଗତ ହୃଦରୋଗ ପିଡ଼ିତ ଶିଶୁ ଏବଂ ସେମାନଙ୍କ ପରିବାର ପାଇଁ ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବା ବେଳେ ଏହାର ଚିକିତ୍ସା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇଥାଏ । ତେଣୁ ଏହି ଶିଶୁମାନଙ୍କ ଚିକିତ୍ସା ପାଇଁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପଦକ୍ଷେପ ନିଆଯାଉଛି । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକର୍ମୀ ଦଳ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ପିଡ଼ିତ ଶିଶୁମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ଜିଲ୍ଲାର ୬୦ ଜଣ ଶିଶୁଙ୍କ ସଫଳତା ସହ ଚିକିତ୍ସା କରାଯାଇପାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking