27.8 C
Bhubaneswar
Thursday, April 18, 2024
Homeଓଡିଶାକରତକଳରେ ଚଢ଼ଉ : କାଠ ଓ ଯନ୍ତ୍ରାଂଶ ଜବତ

କରତକଳରେ ଚଢ଼ଉ : କାଠ ଓ ଯନ୍ତ୍ରାଂଶ ଜବତ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ଅସୁରେଶ୍ୱରଠାରେ ଚାଲିଥିବା ଏକ କରତକଳରେ ବନବିଭାଗ ଓ ଭିଜିଲାନ୍ସ ଟିମ୍ ଚଢ଼ଉ କରି ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ କରିଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେଲା ରାଜନୈତିକ ପୃଷ୍ଠପୋଷକତାରେ କଟିକଟା-ଜୟପୁର ରାସ୍ତା ପାଶ୍ୱର୍ରେ ଅବାଧରେ ଏହି କରତକଳ ଚାଲୁଥିବା ଅଭିଯୋଗ ହେଉଥିଲା । ମାଫିଆମାନେ ସ୍ଥାନୀୟ ନଦୀ, କେନାଲ ବନ୍ଧ, ନଦୀ ପଠା, ଗୋଚର ଜମି ଏପରିକି ସରକାରୀ ଜମିରୁ ମୂଲ୍ୟବାନ ଜୀବନ୍ତ ଗଛ କାଟି ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ଆଣି ଏଠାରେ କଟାଉଥିଲେ । ଏହି ମୂଲ୍ୟବାନ କାଠଗୁଡ଼ିକୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଫଳରେ ପ୍ରଶାସନିକସ୍ତରରେ ତତ୍ପରତା ଦେଖିବାକୁ ମିଳିଛି । ଗୁରୁବାର ସକାଳେ ବନବିଭାଗ ଓ ଭିଜିଲାନ୍ସ ତରଫରୁ ମିଳିତଭାବେ ଚଢ଼ଉ କରାଯାଇଥିଲା । ବନବିଭାଗର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କରତକଳ ପରିସରରେ ଗଚ୍ଛିତ ରହିଥିବା ବହୁ ଶାଳ, ପିଆଶାଳ, ଶାଗୁଆନ, ଆମ୍ବ, ପଣସ, ପ୍ରଭୃତି ମୂଲ୍ୟବାନ କାଠ ଜବତ କରିଥିଲେ । ସେହିପରି କରତକଳର ବହୁ ଯନ୍ତ୍ରାଂଶକୁ ଜବତ କରାଯାଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ କରତକଳର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ବିଭାଗୀୟ ଅଧିକାରୀମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଓ ଯନ୍ତ୍ରାଂଶକୁ ଜବତ କରି ନେଇଯାଇଥିବାର ଜଣାଯାଇଛି । ତେବେ ଚଢ଼ଉବେଳେ କାହାରିକୁ ଗିରଫ କରାଯାଇନାହିଁ । ପୂର୍ବରୁ ମଧ୍ୟ ଏହି କରତକଳ ଉପରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking