28.1 C
Bhubaneswar
Thursday, May 2, 2024
Homeଅପରାଧସକାଳେ ଝାଡୁ ମାରୁଥିଲେ, ରାତିରେ ନିଶା ବିକୁଥିଲେ: ୭୭ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ସକାଳେ ଝାଡୁ ମାରୁଥିଲେ, ରାତିରେ ନିଶା ବିକୁଥିଲେ: ୭୭ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ବ୍ରାଉନସୁଗର ବେପାର କରୁଥିବା ଜଣେ ଯୁବକଙ୍କୁ ଅବକାରୀ ବିଭାଗର ଫ୍ଲାଇଂସ୍କ୍ୱାଡ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କେଦାରପଲ୍ଲୀ ବସ୍ତିରେ ରହୁଥିବା ନୟାଗଡ ଜିଲା ବଣିଆ ଗାଁର ସଞ୍ଜୟ ନାୟକ(୩୬) । ତା’ ଠାରୁ ୭୭ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୮ଲକ୍ଷ ହେବ । ତେବେ ଅଭିଯୁକ୍ତ ଜଣକ ବିଏମ୍‌ସିରେ ଝାଡୁଦାର ଭାବେ କାମ କରେ । ସକାଳେ ଝାଡୁ ମାରି ସଫା କରୁଥିବାବେଳେ ରାତିରେ ନିଶା ବେପାର କରେ ।

ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଗତ ମାସ ତଳେ ମଧ୍ୟ ସଞ୍ଜୟ ଉକ୍ତ ବସ୍ତିରେ ବ୍ରାଉନସୁଗାର ବେପାର କରୁଥିବାବେଳେ ଅବକାରୀ ବିଭାଗ ଗିରଫ କରିଥିଲା । ସେହି ସମୟରେ ତା ଠାରୁ ୧୧୨ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ସେ ଜେଲ୍‌ରେ କିଛିଦିନ ରହିବା ପରେ ଏବେ ଜାମିନ୍‌ରେ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking