28.1 C
Bhubaneswar
Saturday, April 20, 2024
Homeଅପରାଧବିଦ୍ୟାଳୟରେ ପ୍ରେମ ପାଇଁ ରକ୍ତ ବୋହିଲା: ସପ୍ତମ ଶ୍ରେଣୀ ଛାତ୍ରର ବେକ କାଟିଦେଲେ

ବିଦ୍ୟାଳୟରେ ପ୍ରେମ ପାଇଁ ରକ୍ତ ବୋହିଲା: ସପ୍ତମ ଶ୍ରେଣୀ ଛାତ୍ରର ବେକ କାଟିଦେଲେ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ପ୍ରେମ ପାଇଁ ଗୁରୁବାର ରକ୍ତପାତ ଦେଖିବାକୁ ମିଳିଛି । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପେନସିଲ୍ କଟର୍‌ରେ ସେହି ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରର ବେକ କାଟିଦେଇଛି । ଘଟଣାସ୍ଥଳେ ଆହତ ଛାତ୍ରଙ୍କ ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ରକୁ ପୁଲିସ ହେପାଜତକୁ ନେଇଛି। ଏନେଇ ଆହତ ଛାତ୍ରଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀପଡିଆ ନିକଟରେ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତି ରୁହନ୍ତି । ତାଙ୍କର ଯାଁଳା ପୁଅ-ଝିଅ ଅଛନ୍ତି । ଦୁହେଁ ସ୍ଥାନୀୟ ଏକ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢନ୍ତି ।

ଗୁରୁବାର ମଧ୍ୟାହ୍ନରେ ସନ୍ତୋଷଙ୍କ ପୁଅ ରୁମ୍ ବାହାରେ ଖେଳୁଥିବା ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ ଛାତ୍ର ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ତୋ ଭଉଣୀକୁ ମୋ ପାଖକୁ ଛାଡୁନୁ ବୋଲି ଦାବି କରିଥିଲେ । ଏଥିରେ ଛାତ୍ର ଜଣକ ରାଗି ଯାଇ ସିିନିୟର ଛାତ୍ରଙ୍କୁ ପ୍ରଶ୍ନ କରିଥିଲେ ଯେ, ମୁଁ କ’ଣ ପାଇଁ ମୋ ଭଉଣୀଙ୍କୁ ତୁମ ପାଖକୁ ଛାଡିବି । ଏଥିରେ ରାଗିଯାଇ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଜଣକ କଟର୍‌ରେ ତାଙ୍କ ବେକକୁ କାଟି ଦେଇଥିଲା । ଛାତ୍ର ଜଣକ ଗୁରୁତର ହୋଇ ତଳେ ପଡିଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍କୁଲ ଶିକ୍ଷକମାନେ ଛାତ୍ରଙ୍କୁ ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ଏହାକୁ ନେଇ ସ୍କୁଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣକାରୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଟିସି ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking