28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ନୂଆଦିଳ୍ଲୀ : ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର ଜାତୀୟ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିବ ଲଢୁଆ ବିମାନ ସୁଖୋଇ, ଜାଗୁୱାର ଓ ରାଫେଲକୁ। ୭୫ଟି ଏୟାରକ୍ରାଫ୍ଟ ପରେଡରେ ଭାଗନେବେ। ସାଧାରଣତନ୍ତ୍ର ଦିବସ ପାଇଁ ଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ଥିବାରୁ ସୁରକ୍ଷା ପାଇଁ ଦିଲ୍ଲୀରେ ନିୟୋଜିତ ହୋଇଛନ୍ତି ୨୭ ହଜାରରୁ ଅଧିକ ଫୋର୍ସ । ରାଜପଥ ଉପରେ ରହିଛି ଡ୍ରୋନ ନଜର । ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏନେଇ ଟ୍ୱିଟ କରି ସେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭ କାମନା, ଜୟ ହିନ୍ଦ ।

ଚଳିତ ବର୍ଷ ପରେଡ୍‌କୁ କୋଣସି ବିଦେଶୀ ‘କଣ୍ଟିଜେଣ୍ଟ୍‌’କୁ ଆମନ୍ତ୍ରଣ କରାଯାଇନାହିଁ। ପରେଡ୍‌ସ୍ଥଳକୁ ଯିବା ପାଇଁ କେବଳ ଦୁଇ ଡୋଜ୍‌ ଟିକାନେଇଥିବା ପ୍ରାପ୍ତ ବୟସ୍କ ଏବଂ ଏକ ଡୋଜ୍‌ ଟିକା ନେଇଥିବା ୧୫ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଅନୁମତି ଦିଆଯିବ। ବିଗତ ୭୫ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଭାରତୀୟ ସେନା ପରିଧାନ କରୁଥିବା ‘ଗଣବେଶ’ (ୟୁନିଫର୍ମ) ପିନ୍ଧି ଭାରତୀୟ ସେନାର ଅନେକ ‘କଣ୍ଟିଜେଣ୍ଟ୍‌’ ପରେଡ୍‌ରେ ଅଂଶ ଗ୍ରହଣ କରିବେ। ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମ ଏବଂ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପରିକ୍ରମଣ ପରେ ଜାତୀୟ ସଙ୍ଗୀତ ଗାନ ଏବଂ ତ୍ରିରଙ୍ଗ ବେଲୁନ୍‌ ଉଡ଼ାଣ ସହ ଏହି ଜାତୀୟ ଉତ୍ସବର ଅବସାନ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking