43.9 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ତାପମାତ୍ରା ଆଗାମୀ ୪ ଦିନରେ ୩ରୁ ୫ କମିବ ପାରଦ, ୨୮ରୁ ବଢିବ ଶୀତର...

ରାଜ୍ୟରେ ତାପମାତ୍ରା ଆଗାମୀ ୪ ଦିନରେ ୩ରୁ ୫ କମିବ ପାରଦ, ୨୮ରୁ ବଢିବ ଶୀତର ଲହରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କୁହୁଡ଼ି ଓ ଶୀତୁଆ ପାଗ ରହିବ। ରାଜ୍ୟରେ ରାତି ତାପମାତ୍ରା ଆଗାମୀ ୪ ଦିନରେ ୩ରୁ ୫ ଡିଗ୍ରି ଖସିବା ନେଇ ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିପାରେ। ଗୁରୁବାର କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାର କେତେକ ସ୍ଥାନରେ ଘନକୁହୁଡ଼ି ସମ୍ଭାବନା ରହିଛି।

୨୮ ତାରିଖରେ ଝାରସୁଗୁଡ଼ା , ବରଗଡ଼ , ବଲାଙ୍ଗୀର , ସୋନପୁର ଜିଲାର କେତେକ ସ୍ଥାନରେ ଏବଂ ୨୯ ତାରିଖରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ ଏବଂ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ଏନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟଳୟ ପକ୍ଷରୁ ହଳଦିଆ ଚେତାବନୀ ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ରୁ ୨୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking