32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଲଦ୍ଦାଖରେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ସାଧାରଣତନ୍ତ୍ର ଦିବସ

ଲଦ୍ଦାଖରେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ସାରା ଦେଶରେ ଗଣତନ୍ତ୍ର ଦିବସକୁ ନେଇ ଉତ୍ସାହ ଦେଖାଯାଇଛି। ଜମ୍ମୁ କଶ୍ମୀର ଠାରୁ ଆରମ୍ଭ କରି ତାମିଲନାଡୁ ଓ ଅରୁଣାଚଳ ପ୍ରଦେଶ ଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସକୁ ନେଇ ଦେଶ ଉତ୍ସବ ମୁଖର ହୋଇଛି। ଲଦ୍ଦାଖରେ ଆଇଟିବିପିର ଯବାନମାନେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଯବାନମାନେ ପ୍ରବଳ ଥଣ୍ଡାକୁ ଟିକିଏ ବି ଖାତିର ନକରି ଭୂପୃଷ୍ଠ ଠାରୁ ୧୫ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି।

ସେହିପରି ଉତ୍ତରାଖଣ୍ଡର ଆଉଲି ଠାରେ ମଧ୍ୟ ଆଇଟିବିପି ଯବାନମାନେ ୧୧ ହଜାର ଫୁଟ ଉଚ୍ଚରେ -୨୦ ଡିଗ୍ରୀ ତାପମାତ୍ରାରେ ପତାକା ଉଡାଇଛନ୍ତି। କୁମାଓନ ଅଞ୍ଚଳରେ ଯବାନମାନେ ୧୨ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇଛନ୍ତି। ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉଚ୍ଚରେ ପତାକା ଉଡାଇଛନ୍ତି। ଭାରତୀୟ ଜନତା ପାର୍ଟିର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜାତୀୟ ପତାକା ଉଡାଇଛନ୍ତି। ଭୁବନେଶ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିରଙ୍ଗା ଉଡାଇଛନ୍ତି। ସେହିପରି ତାମିଲନାଡୁ ରାଜ୍ୟପାଳ ଆରଏନ୍‌ ରବି ଓ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking