36.1 C
Bhubaneswar
Sunday, May 19, 2024
Homeଓଡିଶାଭୁବନେଶ୍ୱରରେ ୨ ଘଣ୍ଟାରେ ୭୧ ମିମି ବର୍ଷା

ଭୁବନେଶ୍ୱରରେ ୨ ଘଣ୍ଟାରେ ୭୧ ମିମି ବର୍ଷା

ଭୁବନେଶ୍ୱର : ମାତ୍ର ଦେଢ଼ ଘଂଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା | ୭୧ ମିମି ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗର ସୂଚନା | ପ୍ରାୟ ୨ ଘଣ୍ଟା ଛେଚିବା ବର୍ଷା ପରେ ବିଭିନ୍ନ ସ୍ଥାନରେ ପାଣି | ପାଣି ଜମି ରହିବ ଯୋଗୁ ଟ୍ୱିନସିଟିରେ ଟ୍ରାଫିକ ଜାମ | ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ପ୍ରବଳ ବର୍ଷା ନେଇ ୫ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ବିଜୁଳି ସହ ବାଦଲ ଫଟା ବର୍ଷା । ଏନେଇ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking