ଭୁବନେଶ୍ୱର: ଆଗକୁ ଆସୁଛି ଶୀତଋତୁ । ତେବେ ଶୀତଦିନେ ଆମର ଚର୍ମ ଶୁଷ୍କ ଏବଂ ମଳିନ ପଡିଯାଏ । ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ କହିରଖୁଛୁ ଯେ ତ୍ୱଚାର ଯତ୍ନ କିପରି ନେବେ । ଗାଧୋଇବା ପେର ପ୍ରତିଦିନ ଆପଣଙ୍କ ଚର୍ମରେ ମଏଶ୍ଚରାଇଜର ଲଗାନ୍ତୁ । ଓଠ ଶୁଷ୍କ ହେବା ରୋକିବା ପାଇଁ ପ୍ରତିଦିନ ଲିପବାମ ବ୍ୟବହାର କରନ୍ତୁ । ଖରାରେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ ବ୍ୟବହାର କରନ୍ତୁ । ଆପଣଙ୍କ ଶରୀରକୁ ଭିତରୁ ହାଇଡ୍ରେଟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ମୁହଁରେ ଦହି ଲଗାଇ ଧୋଇଦିଅନ୍ତୁ । ଏଥିରେ ଲାକ୍ଟିକ ଏସିଡ ଅଛି ଯାହା ଶୀତଦିନେ ଶୁଷ୍କ ଚର୍ମକୁ ମଜଭୁତ ରଖିଥାଏ । ଏହା ବ୍ୟତୀତ ଆପଣଙ୍କ ଖାଦ୍ୟରେ ଭିଟାମିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ ।








