32.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ

ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ: ଛତିଶଗଡର ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ କଲେ ହତ୍ୟା। ପୋଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ଗଳାକାଟି ହତ୍ୟା କରିଥିବା ନେଇ ଜଣାପଡିଛି। ମୃତକଙ୍କୁ ସତ୍ୟମ ପୁନେମ ବୋଲି ଚିହ୍ନଟ କରାଯାଇଛି। ସତ୍ୟମ୍ ପୁନେମ୍ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଲମିଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ମୁଜାଲକାଙ୍କେରର ବାସିନ୍ଦା ଥିଲେ। ସେ ବିଜାପୁରରେ ମଣ୍ଡଳସ୍ତରୀୟ ବିଜେପି କର୍ମୀ ଥିଲେ। ପୂର୍ବରୁ ବି ଏକାଧିକ ଥର ଚେତାବନୀ ଦେଇଥିଲେ ନକ୍ସଲ। ସୂଚନା ଅନୁସାରେ, ୧୩ ଅକ୍ଟୋବର ୨୦୨୫ ରାତିରେ, ଛତିଶଗଡ଼ର ମୁଜାଲକାଙ୍କେରରେ ନକ୍ସଲମାନେ ସତ୍ୟମ ପୁନେମଙ୍କୁ ଗଳାକାଟି ହତ୍ୟା କରିଥିଲେ ।  ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଏକ ହାତଲେଖା ପାମ୍ଫଲେଟରେ ମାଓବାଦୀଙ୍କ ମାଡେଡ୍ ଏରିଆ କମିଟି ଦାବି କରିଛି ଯେ ଚେତାବନୀ ସତ୍ତ୍ୱେ ପୁନେମ୍ ପୋଲିସ ସୂଚନାଦାତା ଭାବରେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଡିଭିଜନରେ ମାଓ ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଏହା ପୂର୍ବରୁ, ଜାନୁଆରୀ ୨୦୨୩ ରୁ ଡିସେମ୍ବର ୨୦୨୪ ମଧ୍ୟରେ ୧୧ ଜଣ ବିଜେପି ନେତା ଏବଂ କର୍ମୀଙ୍କ ମୃତ୍ୟୁ ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking