25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୋପାଳରେ ୬ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

ଭୋପାଳରେ ୬ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ବିଭାଗ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତଙ୍କବାଦୀମାନେ ସହରର ଏଶବାଗ ଥାନାଠାରୁ ୨୦୦ ମିଟର ଦୂରରେ ଘର ଭଡ଼ା​‌ ନେଇ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ବିଭାଗ ପକ୍ଷରୁ ଅପରେସନ ଚଳାଇ ୬ ଆତଙ୍କୀଙ୍କୁ ଗିରଫ କରାଯାଇଛି।

ଗୁଇନ୍ଦା ବିଭାଗର ଅଧିକାରୀମାନେ ଘରୁ ଲାପଟପ୍‌, ଅସ୍ତ୍ରଶସ୍ତ୍ର ଓ ବିପୁଳ ମାତ୍ରାର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହା ବ୍ୟତୀତ କରୋନ୍ଦ ଅଞ୍ଚଳରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଅଧିକାରୀମାନେ ଘରକୁ ସିଲ୍ କରି ଅଜ୍ଞାତ ସ୍ଥାନରେ ଆତଙ୍କବାଦୀଙ୍କୁ ପଚରାଉଚରା କରୁଛନ୍ତି। ଏହି ପ୍ରସଙ୍ଗରେ ଭୋପାଳ କମିଶନର ମାକରନ୍ଦ ଦେଓସ୍କର କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟାନୁଷ୍ଠାନ ନୁହେଁ। ଏଟିଏସ ପକ୍ଷରୁ ଚଢାଉ ହୋଇଛି। ତେବେ ଏଟିଏସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking