20.1 C
Bhubaneswar
Thursday, January 23, 2025
Homeଓଡିଶାକାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ୫ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଆଉଜଣଙ୍କ ମୃତ୍ୟୁ ଘଟିଛି। ଏପରିଭାବେ ଇତିମଧ୍ୟରେ ୬ଜଣଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୁରୁବାର ରାତିରେ ଟିକିରି ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁ ପରେ ଭୟର ବାତାବରଣ ଖେଳି ଯାଇଥିଲା। ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତ ହେଲେ ଟିକିରି ଝୋଡ଼ିଆ ସାହିର ସରୋଜନୀ ଝୋଡିଆ (୨୫), ରଜନୀ ଝୋଡ଼ିଆ(୧୨) ଓ ଅଞ୍ଜ ଝୋଡିଆ (୨୨)। ଏବେ ବି ୧୬ ଜଣ ପୀଡ଼ିତ କାଶୀପୁର, ଟିକିରି ସମେତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ବେଳେ ଏବେ ବି ଅବସ୍ଥା ଅସମ୍ଭାଳ ଥିବା କୁହାଯାଉଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଗତ ୪ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି।

ଗତକାଲିରାତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପୂର୍ବରୁ ଡୁଡୁକା ବାହାଲ ଗ୍ରାମର ସବିତା ନାୟକଙ୍କ ମୃତ୍ୟୁ ହୋଇଥିଲାା ପରେ ଟିକିରି ଥାନା ସମୁନା ସହି ୨ଜଣ ମୃତ୍ୟୁ ହୋଇଥିବା ବେଳେ ଗତ ରାତିରେ ଟିକିରି ସ୍ଥିତ ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ କଞ୍ଜ ଝଡ଼ିଆ ,ଉଲୁଡି ଝାଡିଆ ଓ ଜଣେ ୧୫ ବର୍ଷୀୟ ବାଳକ ଧବା ନାୟକଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ୧୨ରୁ ଅଧିକ କାଶୀପୁର ଓ ଟିକିରି ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକେ ଗାଁ ରେ ଅକ୍ରାନ୍ତ ହୋଇ ପଡ଼ିଛନ୍ତି। ଏପରି ସ୍ଥଳେ ସ୍ଵାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

ଲୋକଙ୍କୁ ସଚେତନ ସୃଷ୍ଟି କରିବା ସହ ସହି ଓ ଗାଁ ମାନଙ୍କରେ ବିଲିଚିଙ୍ଗ ଛିଞ୍ଚନ କରାଯାଇଛି। ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶଙ୍କରଡ଼ା ପଞ୍ଚାୟତର ଗୋବରିଘାଟି ଗ୍ରାମରେ ୪ଜଣ, ମାଇକଞ୍ଚ ପଞ୍ଚାୟତର କାକିରି ପଦର ଗ୍ରାମର ଦୁଇଜଣ ଓ ଟିକିରିସ୍ଥିତ ବନ୍ଧସାହିର ଜଣେ ଏପରି ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ସେହିପରି କାଶୀପୁର ଓ ରାୟଗଡା ଜିଲ୍ଲା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଆଜି ବିଳମ୍ବିତ ରାତ୍ରରେ ସଙ୍କରଡ଼ା ପଞ୍ଚାୟତର ଗୋବରି ଘଟିର କହ୍ନେଇ ମାଝୀ(୫୦)ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ନେଇ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking