41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମେକ୍ସିକୋରେ ‘ବ୍ଲାକ୍‌ ହକ୍‌’ ହେଲିକପ୍ଟର୍‌ ଦୁର୍ଘଟଣା : ୧୪ ମୃତ

ମେକ୍ସିକୋରେ ‘ବ୍ଲାକ୍‌ ହକ୍‌’ ହେଲିକପ୍ଟର୍‌ ଦୁର୍ଘଟଣା : ୧୪ ମୃତ

ମେକ୍ସିକୋ ସିଟି: ଉତ୍ତରାଞ୍ଚଳ ରାଜ୍ୟ ସିନାଲୋଆରେ ସେନା ହେଲିକପ୍ଟର୍‌ ‘ବ୍ଲାକ୍‌ ହକ୍‌’ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା କଥା ଶୁକ୍ରବାର ଦିନ ମେକ୍ସିକୋ ନୌସେନା କହିଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ତଦନ୍ତ ଚାଲିଛି। ଏହି ଦୁର୍ଘଟଣା ସହିତ କୁଖ୍ୟାତ ଡ୍ରଗ୍‌ ମାଫିଆ ରାଫେଲ୍‌ କେରୋ କ୍ବିଣ୍ଟେରୋଙ୍କ ଗିରଫଦାରି ସହିତ କ‌ୌଣସି ସମ୍ପର୍କ ଥିବାର ସୂଚନା ମିଳିନାହିଁ ବୋଲି ନୌସେନା କହିଛି। ୧୯୮୫ରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ‘ଆଣ୍ଟି-ନାକ୍ରୋଟିକ୍‌ ଏଜେଣ୍ଟ୍‌’ଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟକ୍ତ ହୋଇଥିବା କ୍ବିଣ୍ଟେରୋଙ୍କୁ ଶୁକ୍ରବାର ଦିନ ‌ନୌସେନା ସିନାଲୋଆର ଅନ୍ୟ ଏକ ପ୍ରାନ୍ତରୁ ଗିରଫ କରିଥିଲା। ନୌସେନା ଏବଂ ଆଟର୍ଣ୍ଣି ଜେନେରାଲ୍‌ଙ୍କ କାର୍ଯ୍ୟାଳୟ ମିଳିତ ଭାବେ ତଲାସ ଅଭିଯାନ ଚଳାଇଥିବା ବେଳେ ସିନାଲାଓର ସାନ୍‌ ସାଇମନ୍‌ ନଗରୀ ଅନ୍ତର୍ଗତ ବୁଦୁବୁଦୁକିଆ ଅରଣ୍ୟାଞ୍ଚଳରେ ଆତ୍ମଗୋପନ କରିଥିବା ୬୯ ବର୍ଷିୟ କେରୋ କ୍ବିଣ୍ଟେରୋଙ୍କୁ ମ୍ୟାକ୍ସ୍‌ ନାମରେ ଗୋଟାଏ ସନ୍ଧାନୀ କୁକୁର ଠାବ କରିଥିଲା ବୋଲି ମେକ୍ସିକୀୟ ନୌସେନା କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking