27.1 C
Bhubaneswar
Thursday, April 30, 2026
Homeଓଡିଶାଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଳି ସମେତ କାର ଜବତ

ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଳି ସମେତ କାର ଜବତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ଓର୍କେଲ ଥାନା କୋରୁକୋଣ୍ଡା ବ୍ଲକ ପଟ୍ରେଲ ପଞ୍ଚାୟତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହ ରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁମତି ନିଆଯାଇଥିଲା। ତେବେ ପୂଜାର ୨ୟ ଦିନରେ ପୂଜା ନାମରେ ଗ୍ରାମରେ ଗୁଣିଗାରେଡି ଚାଲିଛି ବୋଲି ଅନ୍ୟ ଅଂଚଳର କିଛି ଲୋକ ଅଭିଯୋଗ କରି ଥାନା କୁ ଖବର ଦେଇଥିଲେ। ଖବର ପାଇ ଓର୍କେଲ ଥାନା ଏସଆଇ ମନୋହର ସାହୁ, ଏଏସଆଇ ଅଜିତ ଟାକରି ଏବଂ ଏସଆଇ ମିନାଖି ଦାସ ଙ୍କ ସମେତ ଏକ ଟିମ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଏକ ଠାକୁର ଙ୍କ ଖଟୁଳିରେ କିଛି ଲୋକ ଗ୍ରାମ ସାରା ସମସ୍ତଙ୍କ ଘର ଘର ବୁଲି ସୁଦୂର ଛତିଶଗଡ଼ ରାଜ୍ୟର ଜଗଦଳପୁର ଅଞ୍ଚଳର କିଛି ପୂଜାରୀଙ୍କୁ ନେଇ ପୂଜାର୍ଚ୍ଚନା ଚାଲିଥିବା ଦେଖିଥିଲେ। ତେବେ ତାଙ୍କ ଗ୍ରାମରେ ଗତ ବର୍ଷ ଲଗାତାର ଭାବେ ଗାଁର ଲୋକ ଏବଂ ପଶୁପକ୍ଷୀ ମରୁଥିବା ହେତୁ ଏହି ଖଟୁଳି ଯୋଗେ ପୂଜାର୍ଚ୍ଚନା କରି କିଏ ଏହି ଗ୍ରାମରେ ଗୁଣିକରି ମାରୁଛି ବୋଲି ସନ୍ଧେହ କରି ଗ୍ରାମର ୬୭ ବର୍ଷୀୟ ବୃଦ୍ଧା ବତୀ ଖିଲଙ୍କୁ ଚିହ୍ନଟ କରି ତାଙ୍କୁ ଡାହାଣୀର ଆଖ୍ୟା ଦେଇ ଗ୍ରାମରୁ ବିତାଡ଼ିତ କରୁଥିବା ପୋଲିସ ଦେଖିଥିଲେ। ଏହା ଦେଖି ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ୬ ଜଣ ପୂଜାରୀ ଙ୍କୁ ଗିରଫ କରି ଥାନା କୁ ଆଣିଥିଲେ । ତାଙ୍କ ନିକଟରୁ ବ୍ୟବହାର କରୁଥିବା ଖଟୁଳି କୁ ଜବତ କରିବା ସହ ସେମାନେ ଆସିଥିବା ଇନୋଭା କାରକୁ ଜବତ କରି ଥାନା କୁ ଅଣାଯାଇଥିଲା। ଆଜି ସେମାନଙ୍କ ନାମରେ କେସ ନଂ ୧୨/୨୫ ରେ ମାମଲା ରୁଜୁ କରି ଅନ୍ଧବିଶ୍ୱାସ ଓ କଳାଜାଦୁ ର ବିଭିନ୍ନ ଦଫା ଲଗାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ୬ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି(୨୫), ଖିରେନ୍ଦ୍ର କୁମାର ନାଗ(୨୭), ରାମୁ ମାଣ୍ଡାଭି(୪୪), ଜଗନ୍ନାଥ ନାଗ(୨୨), କମୁଳୁରାମ ନାଗ(୨୩) ଏବଂ ମଙ୍ଗଟୁରାମ ବାଗେଲ(୪୦) ହୋଇଥିବା ବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାର କଟୱାଲି ଥାନା ଏବଂ ଦରଭା ଥାନାର ବୋଲି ଜଣାପଡିଛି । ଘଟଣାର ତଦନ୍ତ ଏସ ଆଇ ଅଜିତସିଂ ବରିହା କରୁଛନ୍ତି ବୋଲି ଥାନା ଅଧିକାରୀ ଧୀରେନ ପଟନାୟକ କହିଛନ୍ତି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking