27.1 C
Bhubaneswar
Thursday, April 25, 2024
Homeଓଡିଶାକଟକ ସହରରୁ ଆଉ ୫୪ ଚିହ୍ନଟ

କଟକ ସହରରୁ ଆଉ ୫୪ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୫୪ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି ।  ସେଥିମଧ୍ୟରୁ ୧୧ ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୪୧ ଜଣ ହୋମ କ୍ୱାରେଣ୍ଟାଇନ ଓ୨ ଜଣ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ୪୫୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୨୫ ଜଣ ସୁସ୍ଥ ହୋଇଛନ୍ତି । ୮ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧୯ଜଣ ଏବେବି ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୨ଟି ସ୍ଥାନୀୟ କେସ୍ ମଧ୍ୟରୁ ଥରିଆ ସାହିରୁ ଜଣେ କୋଭିଡ଼ ୱାରିୟର ଓ ଅନ୍ୟଜଣେ ସୂତାହାଟରୁ ୪୫ ବର୍ଷୀୟ ପୁରୁଷ ଅଟନ୍ତି ।
ସେହିପରି ହୋମ କ୍ୱାରେଣ୍ଟାଇନରୁ ଖଟବିନ ସାହିରୁ ୩୨ ଜଣ , ପରିଡ଼ା ସାହି ଶଙ୍କରପୁରରୁ ୮ଜଣ , ମଣିସାହୁ ଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁଏସସିବି ଆଇସୋଲେସନ ୱାର୍ଡ଼ରୁ ୧୦ ଜଣ , ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ୪୫୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୨୫ ଜଣ ସୁସ୍ଥ ହୋଇଛନ୍ତି । ୮ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧୯ଜଣ ଏବେବି ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking